ପୁରୀ : ବୋମା ଗୁଜବ ଯୋଗୁ ଖୋର୍ଦ୍ଧା ରୋଡ-ପୁରୀ ମଧ୍ୟରେ ଥିବା ରେଳପଥରେ ଆଜି କିଛି ସମୟ ପାଇଁ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ପାଖାପାଖି ୪ଟି ଟ୍ରେନ୍ ୨ ଘଣ୍ଟାରୁ ଅଧିକ ସମୟ ବିଳମ୍ବରେ ଷ୍ଟେସନ୍ ଛାଡିଥିଲେ। ଶୁକ୍ରବାର ସକାଳେ ବୀରପୁରୁଷୋତ୍ତମପୁର ରେଳ ଷ୍ଟେସନ୍ ନିକଟସ୍ଥ ରେଳ ଫାଟକର କିଛି ଦୂରରେ ଏକ ଆଟାଚି ପଡିଥିବା ଏବଂ ସେଥିରେ ବୋମା ରହିଥିବା କଥା ପ୍ରଚାର ହୋଇ ଯାଇଥିଲା। ଷ୍ଟେସନ୍ ମାଷ୍ଟରଙ୍କ ନିକଟରେ ଏହି ଖବର ପହଞ୍ଚିବା ପରେ ସେ ଆରପିଏଫ୍କୁ ଜଣାଇଥିଲେ। ଖବର ପାଇ ରେଳବାଇର ବରିଷ୍ଠ ଅଧିକାରୀ, ଆରପିଏଫ୍ ଘଟଣାସ୍ଥଳରେ ପହଞ୍ଚି ସନ୍ଧାନୀ କୁକୁର ଓ ବୋମା ନିଷ୍କ୍ରିୟକାରୀ ଦଳ ସହିତ ଆଟାଚି ଯାଞ୍ଚ କରିବା ପରେ ସେଥିରୁ ଏକ ଫୁଲଦାନି ଓ କିଛି ପ୍ଲାଷ୍ଟିକ୍ ରଶି ବାହାରିଥିଲା। କେହି ବ୍ୟକ୍ତି ଏହି ଅଦରକାରୀ ଆଟାଚିକୁ ରେଳ ଧାରଣାରେ ଫିଙ୍ଗି ଦେଇଥିଲା। ତେବେ ଏହି ଗୁଜବକୁ ନେଇ ପ୍ରାୟ ଦୁଇ ଘଣ୍ଟା ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଏହି କାରଣରୁ ୱାଖା-ପୁରୀ, ତାଳଚେର-ପୁରୀ ପାସେଞ୍ଜର, ପୁରୀ-ଅହମ୍ମଦାବାଦ ଏକ୍ସପ୍ରେସ୍ ଓ କିଛି ପାସେଞ୍ଜର ଟ୍ରେନ୍ ଚଳାଚଳରେ ବିଳମ୍ବ ଘଟିଥିଲା।
ରେଳ ଧାରଣାରେ ବୋମା ଗୁଜବ : ଟ୍ରେନ୍ ସେବା ଦୁଇ ଘଣ୍ଟା ବାଧାପ୍ରାପ୍ତ
/sambad/media/post_attachments/wp-content/uploads/2018/07/DELANGA-train.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)