ସିବିଆଇ ଅଫିସର୍‌ କହି ଦାଦାଗିରି

ପଦ୍ମପୁର : ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଳକ୍ ଗାଇସିଲାଟ୍ ରାସ୍ତାରେ ସ୍ପଷ୍ଟ ଦିବାଲୋକରେ ଜଣେ ଅସମାଜିକ ବ୍ୟକ୍ତି ନିଜକୁ ସିବିଆଇ ଅଫିସର ବୋଲି ପରିଚୟ ଦେଇ ଲୋକଙ୍କୁ ଭୟଭୀତ କରି ଗାଳିଗୁଲଜ, ମାଡ଼ ମାରିବା  ଭଳି କାଣ୍ଡ ଘଟାଉଛି। ଓଡି ୧୭-ଜେ ୭୩୯୫ ଧଳା ରଂଗର ସ୍କୁଟିରେ ଯାତ୍ରୀଙ୍କୁ ଗୋଡ଼ାଇ ମାଡ ମାରି ଟଂକା ଲୁଟି ନେଉଛି । ଖବର ପାଇ ପୁଲିସ ପହଂଚି ତାକୁ କାବୁ କରିଥିଲା । ନକଲି ସିବିଆଇ ଅଫିସର ଜଣକ ପଦ୍ମପୁର ଥାନା ସତୀଭଟା ଗ୍ରାମର ହେମନ୍ତ ତ୍ରିପାଠୀ । ଏକ ବାଇକ୍ ଚାଳକଙ୍କ ଠାରୁ ୨୦୦ ଟଙ୍କା ବଟି ମାଗୁଖିଲା। ଲୋକଙ୍କୁ ପିଛା କରି ମାଡ ମାରିବା, ବାଇକ୍‌ ଡିକି ଭାଙ୍ଗି ଦେବା ଭିଡିଓ ଭାଇରାଲ ହୋଇଛି।

ସମ୍ବନ୍ଧିତ ଖବର