ଗିରଫ ହେଲେ ସୁନ୍ଦରଗଡ଼ର ନକଲି ଡାକ୍ତର

ସୁନ୍ଦରଗଡ: ଶେଷରେ ଗିରଫ ହେଲେ ନକଲି ଡାକ୍ତର ପଦ୍ମନାଭ ମୁଖୀ କରୱା । ବଦଳିଛି ଠିକଣା | ଡାକ୍ତରଖାନା ବଦଳରେ ଏଥର ଥାନା ହାଜତ ଠିକଣା ପାଲଟିଛି । ଗତ ୩ ଦିନ ଧରି ବେଆଇନ୍ ଭାବେ ବିନା ଛୁଟିରେ ସେ ଲୁଚିଥିଲେ । ୨ ଧରି ଘୁରି ବୁଲିବା ପରେ ସୁନ୍ଦରଗଡ ରାଣୀବଗିଚା ବାଇପାସ୍ ନିକଟରୁ ତାଙ୍କୁ ଆଜି ଗିରଫ କରିଛି ଟାଉନ ଥାନା ପୋଲିସ । ସୁନ୍ଦରଗଡ ନୂଆଗାଁ ଡାକ୍ତରଖାନାରେ ନକଲି ଡାକ୍ତରଙ୍କ ଚିକିତ୍ସା ନେଇ ଖବର ପ୍ରକାଶ ପାଇବା ପରେ ତାଙ୍କୁ ଧରିବାକୁ ପୁଲିସ ଆରମ୍ଭ କରିଥିଲା ତନାଘନା । ଗିରଫ ପଦ୍ମନାଭ ମୁଖୀଙ୍କର ବିହାର, ବୁର୍ଲା ଓ ମେଡିକାଲ କାଉନସିଲର ଡାକ୍ତରୀ ସାର୍ଟିଫିକେଟ୍ ରହିଥିଲା ।

ଜାଲ ସାର୍ଟିଫିକେଟରେ ଚାକିରି କରିଥିବା ନେଇ ଅଭିଯୋଗ ଆସିଥିଲା । ସୂଚନା ଅନୁସାରେ, ପଦ୍ମନାଭନ୍‌ଙ୍କ ନକଲି କାରନାମା ସମ୍ପର୍କରେ ‘ସମ୍ବାଦ’ରେ ରିପୋର୍ଟ ପ୍ରକାଶ ପାଇବା ପରେ ଧରାପଡ଼ିବା ଭୟରେ ସେ ଫେରାର୍‌ ହୋଇଯାଇଥିଲେ । ରାଉରକେଲାର ସେକ୍ଟର ୧୫ସ୍ଥିତ ତାଙ୍କ ବାସଗୃହ ନିକଟରେ ରହୁଥିବା ଲୋକଙ୍କ କହିବା ଅନୁସାରେ, ପଦ୍ମନାଭନ୍‌ ଘରକୁ କେତେବେଳେ ଆସନ୍ତି ଓ ଯାଆନ୍ତି କାହାକୁ ଜଣା ନଥାଏ।

ତେବେ ସେ ଜଣେ ନକଲି ଡାକ୍ତର ବୋଲି ଆଖପାଖରେ ରହୁଥିବା ଲୋକମାନେ ମଧ୍ୟ ବହୁ ଆଗରୁ ସନ୍ଦେହ କରୁଥିଲେ। ଅନେକ ବ୍ୟକ୍ତି ବିଶେଷ ଜଣାଇଛନ୍ତି ଯେ ନକଲି ଡାକ୍ତର ପଦ୍ମନାଭନ୍‌ ମୁଖୀ କାରୁଆ ରୋଗୀଙ୍କ ଚିକିତ୍ସା କରୁଥିବା ସମ୍ପର୍କରେ ଜିଲ୍ଲା ସ୍ବାସ୍ଥ୍ୟ ପ୍ରଶାସନ ୩ ବର୍ଷ ଆଗରୁ ଜାଣିଥିଲା । ତେଣୁ ନକଲି ଡାକ୍ତର ନିଯୁକ୍ତି ଓ କାର୍ଯ୍ୟ କ୍ଷେତ୍ରରେ ସହାୟତା ଦେବା ପାଇଁ ସ୍ବାସ୍ଥ୍ୟ ବିଭାଗର ଏକ ରାକେଟ୍‌ କାମ କରୁଥିବା ସନ୍ଦେହ କରାଯାଉଛି।

ସମ୍ବନ୍ଧିତ ଖବର