ଦେବଗଡ : ଗତ ୨୬ ତାରିଖ ଦିନ ଦେବଗଡ଼ ଥାନା ଅନ୍ତର୍ଗତ କଦମଦର୍ହ ଗ୍ରାମରେ ବେଆଇନ କ୍ଲିନିକ ଖୋଲି ଲୋକଙ୍କୁ ଠକୁଥିବା ଅଭିଯୋଗରେ ଜଣେ ନକଲି ଡାକ୍ତରକୁ ଗିରଫ କରିଥିଲା ଦେବଗଡ଼ ଆଦର୍ଶ ଥାନା ପୁଲିସ। ଶୁକ୍ରବାର ପୁଣି ଦେବଗଡ ଥାନା ଅନ୍ତର୍ଗତ ଟିପିରିସିଂଘା ଗ୍ରାମରେ ପୁଲିସ ଚଢ଼ଉ କରି ଜଣେ ନକଲି ଡାକ୍ତରକୁ ଗିରଫ କରିଛି। ଗିରଫ ନକଲି ଡାକ୍ତର ଜଣକ ହେଲା ପଶ୍ଚିମବଙ୍ଗର ନଦିଆ ଜିଲ୍ଲାର ଅର୍ଣ୍ଣବ ମଣ୍ଡଳ (୨୬)। ତାର ଶିକ୍ଷାଗତ ଯୋଗ୍ୟତା +୨ ପାସ। କିନ୍ତୁ ସେ ୨ ବର୍ଷ ହେଲା ଉପାନ୍ତ ଟିପିରିସିଂଘା ଗ୍ରାମରେ ବେଆଇନ କ୍ଲିନିକ ଖୋଲି ଲୋକଙ୍କ ଚିକିତ୍ସା କରିବା ସହିତ ଲୋକମାନଙ୍କୁ ଠକୁଥିବା ଅଭିଯୋଗ ହୋଇଥିଲା। ଏହା ସହିତ ତାଙ୍କ ନିକଟରୁ ଲକ୍ଷାଧିକ ଟଙ୍କାର ଓୗଷଧ ମଧ୍ୟ ଜବତ କରିଛି ପୁଲିସ। ଉକ୍ତ ଔଷଧ ସେ ସମ୍ବଲପୁର ଜିଲ୍ଲା କୁଚିଣ୍ଡାରୁ ଆଣି ବିକ୍ରି କରୁଥିବା ପୁଲିସ୍ ଜାଣିବାକୁ ପାଇଛି।
ପୁଣି ଜଣେ ନକଲି ଡାକ୍ତର ଗିରଫ
/sambad/media/post_attachments/wp-content/uploads/2022/08/arrest-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)