କାଲିମେଳା : ସୁନ୍ଦରଗଡ଼ ପରେ ମାଲକାନଗିରିରୁ ଧରାପଡ଼ିଛନ୍ତି ଜଣେ ନକଲି ଡାକ୍ତର। ବିନା ପ୍ରମାଣପତ୍ରରେ ୮ବର୍ଷ ହେଲା ଚିକିତ୍ସା କରି ଚାଲିଥିଲେ। ଜଣେ ରୋଗୀଙ୍କ ମୃତ୍ୟୁ ପରେ ଶିକ୍ଷାଗତ ଯୋଗ୍ୟତା ନ ଥିବା ଏହି ନକଲି ଡାକ୍ତରଙ୍କ କଳା କାରନାମା ପଦାକୁ ଆସିଛି। ଆଜି କାଲିମେଳା ପୁଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏ ସଂପର୍କରେ ନକଲି ଡାକ୍ତର ସମର ମୈତ୍ରଙ୍କୁ ପଚାରିବାରୁ ତାଙ୍କ ନିକଟରେ କୌଣସି ଡାକ୍ତରୀ ଶିକ୍ଷାଗତ ଯୋଗ୍ୟତା ନଥିବା ସ୍ବୀକାର କରିଛନ୍ତି। ଜଗତସିଂହପୁର ଜିଲ୍ଲା ପାରାଦୀପ ଷଣ୍ଢକୁଦ ଅଞ୍ଚଳରୁ ୮ବର୍ଷ ତଳେ ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ୍କୁ ଆସିଥିଲେ ସମର ମୈତ୍ର। ନିଜକୁ ଜଣେ ଡାକ୍ତର ବୋଲି ପରିଚୟ ଦେଇ ବଦଲି ପଞ୍ଚାୟତ ଅନ୍ତର୍ଗତ ଏମ୍ଭି-୪୧ଗାଁରେ କ୍ଲିନିକ୍ ଖୋଲିଥିଲେ।
ମାଲକାନଗିରିରୁ ବି ନକଲି ଡାକ୍ତର ଗିରଫ
/sambad/media/post_attachments/wp-content/uploads/2019/11/kalimela-fake-doctor.jpg)