ସୋର: ଜଣେ ଡାକ୍ତର ଅନ୍ୟଜଣେ ଡାକ୍ତରଙ୍କ ନକଲି ପ୍ୟାଡ୍‌ ପ୍ରସ୍ତୁତ କରିଥିଲେ। ସେଥିରେ ସଂପୃକ୍ତ ଡାକ୍ତରଙ୍କ ଜାଲ୍‌ ଦସ୍ତଖତ କରି ନିଜ ମାଆଙ୍କ ନାମରେ ପ୍ରେସ୍‌କ୍ରିପ୍‌ସନ୍‌ ବନାଇଥିଲେ। ଯାହାଦ୍ବାରା ସେ ରିଇମ୍ବର୍ସମେଣ୍ଟ ଟଙ୍କା ହଡ଼ପ ଉଦ୍ୟମ କରିଛନ୍ତି। ଏପରି ଏକ ଅଭିଯୋଗ ଆସିଛି ବାଲେଶ୍ବର ଜିଲ୍ଲା ବାହାନଗା ବ୍ଲକ୍‌ରୁ।

Advertisment

ସୂଚନା ଅନୁସାରେ; ମହେଶ୍ୱର ଦାସ ମୟୂରଭଞ୍ଜ ଜିଲ୍ଲା ଉଦଳା ଡାକ୍ତରଖାନା ଅଧିକାରୀ ଭାବେ କାର୍ଯ୍ୟରତ ଅଛନ୍ତି। ବାଲେଶ୍ବର ଜିଲ୍ଲା ବାହାନଗା ବ୍ଲକ୍‌ ଅଧୀନ ଏକ ଡାକ୍ତରଖାନାର ଜଣେ କନିଷ୍ଠ ଡାକ୍ତର ଉଦଳାର ଡା. ଦାସଙ୍କ ନକଲି ପ୍ୟାଡ୍‌ ପ୍ରସ୍ତୁତ କରିଥିଲେ। ସେଥିରେ ସଂପୃକ୍ତ ଡାକ୍ତରଙ୍କ ଜାଲ୍‌ ଦସ୍ତଖତ କରି ନିଜ ମାଆଙ୍କ ନାକରେ ପ୍ରେସ୍‌କ୍ରିପ୍‌ସନ୍‌ ବନାଇଥିଲେ। ଯାହାଦ୍ବାରା ସେ ରିଇମ୍ବର୍ସମେଣ୍ଟ ଟଙ୍କା ହଡ଼ପ ଉଦ୍ୟମ କରିଛନ୍ତି। ସେ ଉକ୍ତ ନକଲି ପ୍ରେସ୍‌କ୍ରିପ୍‌ସନ୍‌କୁ ଖନ୍ତାପଡ଼ା ଡାକ୍ତରଖାନାରେ ଜମା ଦେଇଥିବା ଜଣାପଡ଼ିଛି। ତେବେ ଏନେଇ ଡା. ଦାସ କୌଣସି ସୂତ୍ରରୁ ଖବର ପାଇଥିଲେ। ଫଳରେ ସେ ଆଜି ସନ୍ଧ୍ୟାରେ ସୋର ଥାନାରେ ପହଞ୍ଚି ଘଟଣା ବାବଦରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ଏନେଇ ତଦନ୍ତ କରୁଥିବା ଜଣାପଡ଼ିଛି।