କଟକ: ନକଲି ଡାକ୍ତର ରମେଶ ଚନ୍ଦ୍ର ସ୍ୱାଇଁଙ୍କର ଅପରାଧରେ ଭାଗୀଦାରି ସାଜିଥିବା ଅଭିଯୋଗରେ ଗିରଫ ହୋଇଥିବା ଭଉଣୀ ରଶ୍ମିତା ବେଉରାଙ୍କ ଜାମିନ ଆବେଦନର ଶୁଣାଣି କରି କେସ୍ ଡାଏରି ଦାଖଲ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଶଶିକାନ୍ତ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ କେସ୍ ଡାଏରି ସହିତ ତଦନ୍ତର ସାନି ସ୍ଥିତି ସଂପର୍କରେ ତଥ୍ୟ ଦାଖଲ ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୦ ତାରିଖକୁ ଧାର୍ଯ୍ୟ କରାଯାଇଛି।
ମାମଲା ଅନୁଯାୟୀ, ନକଲି ଡାକ୍ତର ରମେଶଙ୍କୁ କମିସନରେଟ୍ ପୁଲିସ ଗିରଫ କରି କୋର୍ଟଚାଲାଣ କରିଥିଲା। ରମେଶଙ୍କ ଭଉଣୀଙ୍କ ଭୂମିକାକୁ ନେଇ ମଧ୍ୟ ଅଭିଯୋଗ ହୋଇଥିଲା। ସେ ରମେଶଙ୍କ ଅପରାଧିକ କାର୍ଯ୍ୟକାଳପ ସଂକ୍ରାନ୍ତରେ ଅବଗତ ଥିଲେ ଏବଂ ଏଥିରେ ସହଯୋଗ କରିଥିଲେ। ଏହିଭଳି ଅଭିଯୋଗ ପରେ ପୁଲିସ ତାଙ୍କୁ ଜେରା କରିବା ସହିତ ଗିରଫ କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/Untitled-9-2.jpg)
