ଆରମ୍ଭରୁ ଫେକ୍‌ ଏନ୍‌କାଉଣ୍ଟର : ଭୁଲ ଲୁଚାଇବାକୁ ପୁଲିସର ଉଦ୍ୟମ

ଜୟପୁର : ଦଶହରା ପୂର୍ବରୁ ଅପରାଧୀଙ୍କୁ ସାବାଡ଼ କରିବାକୁ ପୁଲିସ ପୂର୍ବରୁ ଆରମ୍ଭ କରିଦେଇଥିଲା ପ୍ରସ୍ତୁତି। ଏଥିପାଇଁ ୧୪ଜଣିଆ ଅପରାଧୀଙ୍କ ତାଲିକା ବି ପ୍ରସ୍ତୁତ କରିଥିଲା। କିନ୍ତୁ ପୁଲିସର ଏହି ସ୍ୱତନ୍ତ୍ର ଅପରେସନ ଆରମ୍ଭ ହେବା ପୂର୍ବରୁ ହିଁ ବିବାଦକୁ ଠେଲି ହୋଇଯାଇଛି। ଆଜିି ଭୋର ପ୍ରାୟ ୪ଟା ବେଳେ ସ୍ଥାନୀୟ ଗୋପବଂଧୁ ନଗର ଅଂଚଳରେ ଅପରାଧୀ-ପୁଲିସ ମଧ୍ୟରେ ଗୁଳି ବିନିମୟ ହୋଇଥିବା ନେଇ ହ୍ଵାଟସ୍‌ଆପ୍‌ ମାଧ୍ୟମରେ ଜଣେ ବରିଷ୍ଠ ପୁଲିସ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇଥିଲେ। ସେଥିରେ ସେ ଉଲ୍ଲେଖ କରିଥିଲେ ଯେ, ୩ରୁ ଅଧିକ ଅପରାଧୀ ଡକାୟତି ପାଇଁ ଯୋଜନା କରୁଥିବା ଖବର ପାଇ ପୁଲିସ ଚଢ଼ାଉ କରିଥିଲା। ତେବେ ପୁଲିସକୁ ଦେଖି ରାକେଶ ପ୍ରସାଦ, ଶଙ୍କର ସାହୁ ଓ ଶଙ୍କର ପାଣିଗ୍ରାହୀ ଆତର୍କିତ ଗୁଳି ଚଳାଇଥିଲେ। ୨ରାଉଣ୍ଡ ଗୁଳି ଫୁଟାଇ ସେମାନେ ଘଟଣା ସ୍ଥଳରୁ ଖସି ଯିବାକୁ ଉଦ୍ୟମ କରିଥିଲେ। ଯାହାର ଜବାବ ଦେବାକୁ ପୁଲିସ ବି ଗୁଳି ଚଳାଇଥିଲା। ଜଣେ ଅପରାଧୀ ଗୋଡ଼ରେ ପୁଲିସ ଗୁଳି ବାଜିଥିବା ନେଇ ବି ଦାବି କରିଥିଲେ। ତେବେ ଗୁଳି କାହା ଗୋଡ଼ରେ ବାଜିଛି ସେନେଇ କିଛି ସ୍ପଷ୍ଟ କରି ନଥିଲେ। ଏପରିକି ଆଜି ସକାଳେ ଘଟିଥିବା ଏକ ଗୁଳି ବିନିମିୟ ଘଟଣାକୁ କେନ୍ଦ୍ର କରି ପୁଲିସ ବାରମ୍ବାର ବୟାନ ବଦଳାଇ ସନ୍ଦେହକୁ ଅଧିକ ଘନୀଭୂତ କରିଛି। ସେହିପରି ଯେଉଁ ୩ଜଣ ଅପରାଧୀଙ୍କୁ ଧରିବା ପାଇଁ ଆଜି ସକାଳେ ପୁଲିସ ଗୁଳି ଚଳାଇଥିବା କହୁଛି ସେମାନଙ୍କ ମଧ୍ୟରୁ ୨ଜଣ ବର୍ତମାନ ଆନ୍ଧ୍ରର ବିଶାଖାପାଟଣା ଜେଲରେ ଅଛନ୍ତି। ତେଣୁ ନିଜ ବାହାଦୁରି ଦେଖାଇବାକୁ ଯାଇ ପୁଲିସ ଫେସ୍‌ ଏନକାଉଣ୍ଟର ନାଟକ ରଚିଥିବା କୁହାଯାଉଛି।

ସମ୍ବନ୍ଧିତ ଖବର