ଆଇପିଏସ୍ ଅଫିସରଙ୍କ ନାଁରେ ନକଲି ଆକାଉଣ୍ଟ ଖୋଲି ଟଙ୍କା ଆଦାୟ

କଟକ : ରେଳବାଇ ଏଡିଜି ବରିଷ୍ଠ ଆଇପିଏସ୍ ଅଫିସର ପ୍ରଣବିନ୍ଦୁ ଆଚାର୍ଯ୍ୟଙ୍କ ନାଁରେ ସାଇବର୍ ଅପରାଧୀ ନକଲି ଫେସବୁକ ଆକାଉଣ୍ଟ ଖୋଲିଛନ୍ତି। ଏହି ଆକାଉଣ୍ଟ ମାଧ୍ୟମରେ ଶ୍ରୀ ଆଚାର୍ଯ୍ୟଙ୍କ ଫ୍ରେଣ୍ଡଲିଷ୍ଟରେ ଥିବା ବନ୍ଧୁଙ୍କୁ ୨ ଲକ୍ଷରୁ ଅଧିକ ଟଙ୍କା ମାଗିଥିବା ଘଟଣା ସାମ୍‌ନାକୁ ଆସିଛି। ଏ ସଂକ୍ରାନ୍ତରେ କ୍ରାଇମବ୍ରାଞ୍ଚରେ ଅଭିଯୋଗ ହୋଇଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ, ଗଲା ସପ୍ତାହରେ ରେଳବାଇ ଏଡିଜିଙ୍କ ନାଁରେ ଅବିକଳ ଆଉ ଏକ ଫେସବୁକ ଆକାଉଣ୍ଟ ତିଆରି କରାଯାଇଥିଲା। ଏଡିଜିଙ୍କ ବନ୍ଧୁ ତାଲିକାରେ ଥିବା ଅଧିକାଂଶ ବନ୍ଧୁଙ୍କୁ ଉକ୍ତ ଆକାଉଣ୍ଟରୁ ଫ୍ରେଣ୍ଡ ରିକୁଏଷ୍ଟ ବି ଆସିଥିଲା। ଏଡିଜିଙ୍କ ଉକ୍ତ ବନ୍ଧୁ ରିକୁଏଷ୍ଟ ଆସେପ୍ଟ କଲା ପରେ ନକଲି ଆକାଉଣ୍ଟରୁ ସାଇବର ଅପରାଧୀ ୪ ଜଣ ବନ୍ଧୁଙ୍କୁ ୨ ଲକ୍ଷରୁ ଅଧିକ ଟଙ୍କା ଏଡିଜି ଶ୍ରୀ ଆଚାର୍ଯ୍ୟଙ୍କ ପରିଚୟରେ ଧାର ସୂତ୍ରରେ ମାଗିଥିଲା। ଜଣେ ବନ୍ଧୁଙ୍କ ସନ୍ଦେହ ହେବାରୁ ଏଡିଜିଙ୍କୁ ଫୋନରେ ଯୋଗାଯୋଗ କରିଥିଲେ। କଥାବାର୍ତ୍ତା ପରେ ସାଇବର ଅପରାଧୀ ଏଭଳି ଜାଲ ବିଛାଇଥିବା ଜଣାପଡ଼ିଥିଲା। ସାଇବର ଅପରାଧୀଙ୍କ ଏଭଳି କାରନାମା ସଂକ୍ରାନ୍ତରେ ଏଡିଜି କ୍ରାଇମବ୍ରାଞ୍ଚ ସାଇବର ଥାନାରେ ଅବଗତ କରାଇଥିବା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର