ପୁଲିସ କମିସନରଙ୍କ ନାଁରେ ଫେକ୍ ଫେସବୁକ୍ ଆକାଉଣ୍ଟ, ଫ୍ରେଣ୍ଡ ରିକ୍ୟୁଏଷ୍ଟ ପଠାଇ ଚାଟ୍ କରି ଟଙ୍କା ମାଗୁଛନ୍ତି ଦୁର୍ବୃତ୍ତ

ଭୁବନେଶ୍ବର: ସକ୍ରିୟ ହେଲେଣି ଅନଲାଇନ୍ ଠକ । ଠକେଇ ପାଇଁ ଏବେ ଉଚ୍ଚପଦସ୍ଥ ଅଫିସରଙ୍କ ଫେସବୁକ୍ ଆକାଉଣ୍ଟକୁ ଟାର୍ଗେଟ କରୁଛନ୍ତି ଡିଜିଟାଲ୍ ଠକ । ବିଶେଷ କରି ଆଇ ପି ଏସ୍ ଅଧିକାରୀଙ୍କ ନାଁରେ ଫେକ୍ ଫେସବୁକ୍ ଆକାଉଣ୍ଟ ଖୋଲି ଅନଲାଇନ୍ ଠକେଇ କରିବା ପାଇଁ ଉଦ୍ୟମ କରୁଛନ୍ତି । ଗତକାଲି ଆଇ ପି ଏସ୍ ଅଧିକାରୀ ଅନୁପ ସାହୁଙ୍କ ଫେକ୍ ଫେସବୁକ ଆକାଉଣ୍ଟ ତିଆରି ହୋଇଥିବା ଖବର ସାମ୍ନାକୁ ଆସିଥିଲା । ଆଉ ଆଜି ପୁଲିସ କମିସନରଙ୍କ ନାଁରେ ଫେକ୍ ଫେସବୁକ ଆକାଉଣ୍ଟ କରି ଦୁର୍ବୃତ୍ତ ଲୋକଙ୍କୁ ଟଙ୍କା ମାଗୁଥିବା ଜଣାପଡ଼ିଛି ।
Cyber Criminals Have Turned Social Media Cyber Crime Into a $3 Billion Business - CPO Magazine
CPO Magazine
ପୁଲିସ କମିସନର ସୁଧାଂଶୁ ଷଡଙ୍ଗୀଙ୍କ ନାଁରେ ନକଲି ଫେସବୁକ୍ ଆକାଉଣ୍ଟ ଖୋଲାଯାଇଛି । ଫେକ୍ ଆକାଉଣ୍ଟର ପ୍ରୋଫାଇଲ‌ରେ ପୁଲିସ କମିସନରଙ୍କ ଫଟୋକୁ ରଖି ଫ୍ରେଣ୍ଡ ରିକ୍ୟୁଏଷ୍ଟ ପଠାଉଛନ୍ତି ଦୁର୍ବୃତ୍ତ । ଆଉ ଫ୍ରେଣ୍ଡ ରିକ୍ୟୁଏଷ୍ଟ ଆକ୍ସେପ୍ଟ କରିବା ପରେ ଚାଟ୍ କରି ଟଙ୍କା ମାଗୁଛନ୍ତି ଦୁର୍ବୃତ୍ତ ।
ମିଳିଥିବା ସୂଚନା ମୁତାବକ, ହିନ୍ଦୀ ଭାଷାରେ ଚାଟ୍ କରୁଥିବା ଦୁର୍ବୃତ୍ତ ଜଣେ ବ୍ୟକ୍ତିଙ୍କୁ ୧୫ ହଜାର ଟଙ୍କା ମାଗିଥିଲେ । ଗୁଗୁଲ ପେ’ରେ ଟଙ୍କା ଦେବା ପରେ ସ୍କ୍ରିନସଟ୍ ଦେବା ପାଇଁ କହିବା ସହ ସକାଳ ୧୦ଟା ବେଳକୁ ଫୋନ କରିବାକୁ କହିଥିଲା ଦୁର୍ବୃତ୍ତ । ଏହାପରେ ବ୍ୟକ୍ତିଙ୍କର ସୁଧାଂଶୁ ଷଡଙ୍ଗୀଙ୍କ ନାଁରେ ହୋଇଥିବା ଫେସବୁକ ଆକାଉଣ୍ଟକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା । ତେବେ ଏନେଇ ପୁଲିସ କମିସନର ଜାଣିବା ପରେ ସେ ଲୋକଙ୍କୁ ସଚେତନ କରାଇଛନ୍ତି। କେହି ଜଣେ ତାଙ୍କ ନାଁରେ ଫେକ୍ ଫେସବୁକ୍ ଆକାଉଣ୍ଟ ଖୋଲି ଠକେଇ କରିବା ପାଇଁ ଉଦ୍ୟମ କରୁଥିବା କଥା ସେ ଜଣାଇଛନ୍ତି। ।
ସମ୍ବନ୍ଧିତ ଖବର