ଯୁବତୀଙ୍କ ନାଁରେ ଫେକ୍ ଆଇଡି ଖୋଲି ମେସେଜ୍

ସମ୍ବଲପୁର: ପ୍ରଥମେ ଅଜଣା ନମ୍ବରରୁ ମେସେଜ। ପରେ ହୋଟେଲ୍‌କୁ ଆଧାର କାର୍ଡ ଧରି ଆସିବାକୁ ଆମନ୍ତ୍ରଣ। ଯୁବତୀଙ୍କ ନାଁରେ ଫେକ୍‌ ଫେସ୍‌ବୁକ ଓ ହ୍ବାଟ୍ସଆପ୍‌ ଆଇଡି ଖୋଲି ମେସେଜ୍‌ କରିଥିଲା ଜଣେ ଦୁର୍ବୃତ୍ତ। ଏଭଳି ଅଭିଯୋଗ ଆଣିଛନ୍ତି ସମ୍ବଲପୁର ଅଇଁଠାପାଲି ଥାନା ଅଞ୍ଚଳର ଜଣେ ୨୮ ବର୍ଷୀୟ ଯୁବତୀ।

ଯୁବତୀଙ୍କ ଅଭିଯୋଗ ଅନୁଯାୟୀ, କେହି ଜଣେ ଦୁର୍ବୃତ୍ତ ପ୍ରଥମେ ତାଙ୍କ ନାଁରେ ଏକ ଫେକ୍‌ ଫେସ୍‌ବୁକ୍‌ ଆଇଡି ଖୋଲିଥିଲେ। ତାପରେ ତାଙ୍କ ସାଙ୍ଗସାଥୀଙ୍କ ସହ ଚାଟିଂ କରି ହ୍ବାଟ୍ସଆପ୍‌ ନମ୍ବର ଦେଇଥିଲେ। ହ୍ବାଟ୍ସଆପ୍‌ରେ ଦୁର୍ବୃତ୍ତ ଜଣକ ଯୁବତୀଙ୍କ ପରିଚୟ ନେଇ ଅନେକ ଯୁବକଙ୍କୁ ଖରାପ ମେସେଜ୍‌ ମଧ୍ୟ କରୁଥିଲେ। ତା ସହିତ ସେମାନଙ୍କୁ ଆଧାର କାର୍ଡ ଧରି ହୋଟେଲ୍‌ ଆସିବା ପାଇଁ କହୁଥିଲେ। ଏ ବିଷୟରେ ଯୁବତୀ ଜଣକ ସୂଚନା ପାଇବା ପରେ ବୁଧବାର ରାତି ସମ୍ବଲପୁର ସାଇବର୍‌ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଏହା ସହିତ ଉକ୍ତ ଫେକ୍‌ ଆଇଡି ଓ ହ୍ବାଟ୍ସଆପ୍‌ ନମ୍ବରଗୁଡ଼ିକୁ ହଟାଇବା ପାଇଁ ସେ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର