ପୁରୀ: ପୁରୀ ତାଳବଣିଆ ଇନ୍ଡୋର୍ ଷ୍ଟାଡିୟମ୍ ପରିସରରେ ଜିଲ୍ଲାସ୍ତରୀୟ ସ୍ବାଧୀନତା ଦିବସ ସମାରୋହ ଚାଲିଥିବା ବେଳେ ଜଣେ ନକଲି ଯବାନକୁ ଗିରଫ କରାଯାଇଛି। ଗିରଫ ବ୍ୟକ୍ତି କୁମ୍ଭାରପଡ଼ା ଥାନା ଅବକାଶ ଲେନ୍ର ସୁନିଲ କୁମାର ଦାସ(୨୨)। ଗତକାଲି ସ୍ବାଧୀନତା ଦିବସ ପାଳନ ବେଳେ ସୁନିଲ ପାରା କମାଣ୍ଡୋ ବେଶରେ ସୁରକ୍ଷା ବଳୟକୁ ଭେଦ କରି ମୁଖ୍ୟ ଅତିଥିଙ୍କ ସଭାମଞ୍ଚ ନିକଟରେ ପହଞ୍ଚି ଯାଇଥିଲା। ସନ୍ଦେହ କରି ଉପସ୍ଥିତ ପୁଲିସ ଅଧିକାରୀମାନେ ପଚରାଉଚରା କରିବା ପରେ ସେ ନକଲି ଯବାନ ଓ ପାରା କମାଣ୍ଡୋ ବେଶରେ ଆସିଥିବା ଜଣାପଡ଼ିଥିଲା। ସମୁଦ୍ରକୂଳ ଥାନା ପୁଲିସ ସୁନିଲକୁ ଗିରଫ କରିବା ସହ ତା’ଠାରୁ ପାରା କମାଣ୍ଡୋ ପୋଷାକ ଓ ଏକ ମୋବାଇଲ୍ ଫୋନ୍ ଜବତ କରିଛି।
ପରେଡ୍ ବେଳେ ନକଲି ଯବାନ ଗିରଫ
/sambad/media/post_attachments/wp-content/uploads/2023/08/54g654d65d465d4g65.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)