ପ୍ରେମ ନିବେଦନକୁ ପ୍ରତ୍ୟାଖାନ କରିବାରୁ ନାବାଳିକା ସହ ଦୁର୍ବବ୍ୟବହାର କରି ଜେଲ ଗଲେ ନକଲି ପୁଲିସ ବାବୁ

ଭୁବନେଶ୍ୱର: ନାବାଳିକାଙ୍କ ସହ ଅସଦାଚରଣ କରିବା ଅଭିଯୋଗରେ ଆଜି ଜଣେ ନକଲି ପୁଲିସ କର୍ମଚାରୀକୁ ବଡ଼ଗଡ଼ ପୁଲିସ ଗିରଫ କରିଛି। ଅଭିଯୁକ୍ତ ଜଣକ କୋରାପୁଟ ଜିଲ୍ଲାର ମନୋଜ କୁମାର ମହାନ୍ତି ବୋଲି ଜଣାପଡିଛି। ଏହି ମାମଲାରେ ପୁଲିସ ତାଙ୍କ ସହଯୋଗୀଙ୍କୁ ମଧ୍ୟ ଗିରଫ କରିଛି।

ସୂତ୍ରରୁ ପ୍ରକାଶ ଯେ, ମହାନ୍ତି ଦୀର୍ଘ ଦିନରୁ ବଡ଼ଗଡ଼ ଅଞ୍ଚଳରେ ରହୁଥିଲେ। ସେ ଖଣ୍ଡଗିରି ପୁଲିସ ଷ୍ଟେସନର ଆଇଆଇସି ଭାବେ କାମ କରୁଛନ୍ତି ବୋଲି ନିଜର ପରିଚୟ ଦେଇ ଜଣେ ନାବାଳିକାକୁ ଦେଖା କରିବା ପାଇଁ ଜୟଦେବ ବିହାର ନିକଟରେ ଥିବା ଏକ ସ୍ଥାନକୁ ଡାକିଥିଲେ। ଯେତେବେଳେ ନାବାଳିକା ଅଭିଯୁକ୍ତର ପ୍ରସ୍ତାବକୁ ଅସ୍ୱୀକାର କରି ଏହାର କାରଣ ପଚାରିଲେ, ସେତେବେଳେ ମହାନ୍ତି ପୀଡ଼ିତାଙ୍କୁ ପ୍ରେମ କରୁଥିବା କହିଥିଲେ। ପରେ ପୀଡ଼ିତା ତାଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବାରୁ ଅଭିଯୁକ୍ତ ମହାନ୍ତି ଅଶ୍ଳୀଳ ଭାଷା ବ୍ୟବହାର କରି ତାଙ୍କୁ ଗାଳିଗୁଲଜ କରିବା ଆରମ୍ଭ କରିଥିଲେ।

sambadenglish

ଅଭିଯୁକ୍ତର ଏଭଳି ବ୍ୟବହାର ଉପରେ କଡ଼ା ପ୍ରତିକ୍ରିୟା ପ୍ରକାଶ କରି ପୀଡିତା ଖଣ୍ଡଗିରି ପୁଲିସ ନିକଟରେ ଅଭିଯୋଗ କରିଥିଲେ, ଯାହା ପରେ ଉକ୍ତ ବ୍ୟକ୍ତିଙ୍କୁ ଧରିବା ପାଇଁ ଯାଞ୍ଚ ଆରମ୍ଭ ହୋଇଥିଲା। ତଦନ୍ତ ସମୟରେ, ଅଭଯୁକ୍ତ ନକଲି ପୁଲିସ ଅଫିସର ବୋଲି ଜଣା ପଡିବା ସହ ଏକ ଖବର ସରବରାହ ସଂସ୍ଥା ତାଙ୍କୁ ନକଲି ପରିଚୟ ପତ୍ର ଦେବାରେ ସାହାଯ୍ୟ କରିଥିବା ଜଣା ପଡିଥିଲା | ବର୍ତ୍ତମାନ ପୁଲିସ ଅଭିଯୁକ୍ତକୁ ଗିରଫ କରିବା ସହ ପରିଚୟ ପତ୍ର ଜବତ କରିଛି |

ତେବେ ସଂପୃକ୍ତ ସଂସ୍ଥା ମହାନ୍ତିଙ୍କୁ ଭୁବନେଶ୍ୱରର ସମ୍ବାଦଦାତା ଭାବରେ ନିଯୁକ୍ତ କରିଥିବା କଥାକୁ ଅସ୍ୱୀକାର କରିଛି। “ପୁଲିସ ଦ୍ୱାରା ଗିରଫ ହୋଇଥିବା ମନୋଜ ମହାନ୍ତି ଆମ ସଂସ୍ଥାର କର୍ମଚାରୀ ନୁହଁନ୍ତି। ଆମେ ତାଙ୍କୁ କୌଣସି ପରିଚୟ ପତ୍ର ପ୍ରଦାନ କରିନାହୁଁ ବୋଲି ଆଇୱାଇଏ ନ୍ୟୁଜର ମାନବ ସମ୍ବଳ ସଂଯୋଜକ ପ୍ରଦୀପ ସାହୁ କହିଛନ୍ତି।

ପୀଡିତାଙ୍କ ଅଭିଯୋଗକୁ ଭିତ୍ତି କରି ମହାନ୍ତି ଏବଂ ତାଙ୍କ ସହଯୋଗୀଙ୍କ ବିରୋଧରେ ଏକ ମାମଲା ନମ୍ବର ୨୫୧/୨୦ ରେଜିଷ୍ଟ୍ରେସନ୍ କରି ଏହି ଦୁଇଜଣଙ୍କୁ ଗିରଫ କରିଛି ପୁଲିସ। ଆଜି ଜାମିନ ଆବେଦନକୁ ସ୍ଥାନୀୟ କୋର୍ଟ ପ୍ରତ୍ୟାଖ୍ୟାନ କରିବା ପରେ ଦୁଇ ଅଭିଯୁକ୍ତଙ୍କୁ ଝାରପଡା ଜେଲକୁ ପଠାଯାଇଛି।

ସମ୍ବନ୍ଧିତ ଖବର