ଲକ୍ଷେ ଟଙ୍କା ଚାନ୍ଦା ମାଗି ନକଲି ମାଓବାଦୀ ଗିରଫ

ଭବାନୀପାଟଣା : ଭବାନୀପାଟଣା ସହରର ଜଣେ ବ୍ୟବସାୟୀଙ୍କୁ ଲକ୍ଷେ ଟଙ୍କା ଚାନ୍ଦା ମାଗି ଜଣେ ନକଲି ମାଓବାଦୀ ଗିରଫ ହୋଇଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ଭବାନୀପାଟଣା ବୈଶାଳୀ ମିନେରାଲ ପାଣି ବ୍ୟବସାୟୀ ସୁଧୀର ଜୈନଙ୍କୁ ଗତ ୯ ତାରିଖରେ ଏକ ଫୋନ ଆସିଥିଲା। ଏଥିରେ ଜଣେ ଅଜଣା ବ୍ୟକ୍ତି ମାଓବାଦୀ କହି ଲକ୍ଷେ ଟଙ୍କା ଚାନ୍ଦା ମାଗିଥିଲା। ପୁନର୍ବାର ୧୧ ତାରିଖରେ ଫୋନ କରି ଚାନ୍ଦା ନଦେଲେ ପରିଣାମ ଭୟାବହ ହେବ ବୋଲି ଚେତାବନୀ ଦେଇଥିଲା। ଏନେଇ ବ୍ୟବସାୟୀ ସୁଧୀର ଭୟଭୀତ ହୋଇ ଭବାନୀପାଟଣା ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଏସ୍‌ଆଇ ଶିବାଜୀ ପଣ୍ଡା ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ। ଘଟଣାରେ ପୁଲିସ ରାୟଗଡ଼ା ଜିଲ୍ଲା ବିଷମ କଟକ ଥାନା ଝିଗିରି ଗ୍ରାମର ପୁରନ୍ଦର ପିଡ଼ିକ୍କା(୨୫)କୁ ଗିରଖ କରି ଶନିବାର କୋର୍ଟ ଚାଲାଣ କରିଛି। ଏହି ଘଟଣାରେ ଆହୁରି ତିନି ଜଣ ନକଲି ମାଓବାଦୀ ସମ୍ପୃକ୍ତ ଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର