୨ ଗ୍ରାମବାସୀଙ୍କୁ ହତ୍ୟା ଗୁଜବ

ମାଲକାନଗିରି : ଦୁଇ ଦିନ ତଳେ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକର ତୁଳସୀ ପାହାଡରେ ପୁଲିସକୁ ମିଳିଥିଲା ବଡ ସଫଳତା। ତେବେ ସେହି ଘଟଣାର ୪୮ଘଣ୍ଟା ପରେ ମିଳିଥିବା ସୂଚନା ପୁଲିସକୁ ଚିନ୍ତାରେ ପକାଇ ଦେଇଛି। କାରଣ ମାଥିଲି ବ୍ଲକ ଟେମରୁପାଲ୍ଲୀ ପଞ୍ଚାୟତ ଅନ୍ତର୍ଗତ କୋଟ୍ଟାପାଲ୍ଲୀ ଏବଂ ମହୁପଦର ପଞ୍ଚାୟତର ଯନ୍ଦ୍ରାଗୁଡା ଗ୍ରାମର ଦୁଇ ଜଣଙ୍କୁ ନକ୍ସଲ ହତ୍ୟା କରିଥିବା ନେଇ ଗୁଜବ ସୃଷ୍ଟି ହୋଇଛି। ଆଜି ଦିନ ତମାମ ଏହି ଚର୍ଚ୍ଚା ଲାଗି ରହିଥିଲା। ତେଣୁ ଆଖପାଖ ଅଞ୍ଚଳର ଲୋକ ଆତଙ୍କିତ ଅବସ୍ଥାରେ ରହିଛନ୍ତି। କିନ୍ତୁ ଏହି ଶୁଣା କଥାକୁ ମାଲକାନଗିରି ଏସପି ଜଗମୋହନ ମୀନା ଅସ୍ୱୀକାର କରିଛନ୍ତି।

ସମ୍ବନ୍ଧିତ ଖବର