ନବରଙ୍ଗପୁର: ନବରଙ୍ଗପୁରର ଏକ ଘରୋଇ ବ୍ୟାଙ୍କର ଫାଇନାନସ୍ ସଂସ୍ଥାରେ ନକଲି ୫୦୦ ଟଙ୍କିଆ ନୋଟ ମିଳିବା ଘଟଣାରେ ନବରଙ୍ଗପୁର ଥାନାରେ ରୁଜୁ ହୋଇଛି ମାମଲା। ଏକ ମାଇକ୍ରୋ ଫାଇନାନସ୍ କର୍ମଚାରୀ କିଶୋର ଚନ୍ଦ୍ର ଦାସ ଏ ନେଇ ନବରଙ୍ଗପୁର ଥାନାରେ ଏତଲା ଦେଇଛନ୍ତି। ଉକ୍ତ ଏତଲାକୁ ଆଧାର କରି ନବରଙ୍ଗପୁର ଥାନାରେ ମାମଲା ରୁଜୁ କରିଥିବା ବେଳେ ନିଜେ ଥାନା ଅଧିକାରୀ ସଂବିତ କୁମାର ବେହେରା ତଦନ୍ତ କାରୀ ଅଧିକାରୀ ରହିଛନ୍ତି।
ପ୍ରକାଶ ଥାଉକି ନନ୍ଦାହାଣ୍ଡି ବ୍ଲକ ପୋଡାଲଗୁଡା ଗ୍ରାମର ଏକ ୫ ଜଣିଆ ମହିଳା ଗ୍ରୁପ ଏକ ଘରୋଇ ବ୍ୟାଙ୍କର ଫାଇନାନ୍ସ କମ୍ପାନିରୁ ୨.୪୫ ଲକ୍ଷ ଟଙ୍କା ଋଣ ନେଇ ପ୍ରତିମାସରେ ୧୩ ହଜାର ୯୦୦ଟଙ୍କା ବ୍ୟାଙ୍କରେ ଲୋନ ବାବଦରେ ଟଙ୍କା ଡିପୋଜିଟ କରୁଥିଲେ। ଗତ ୮ ତାରିଖରେ ଉକ୍ତ ଗ୍ରୁପର ସଭାପତି ରୋଜିଆରାଣୀ ରାଓ ତାଙ୍କ ପୁଅ ଆଶିଷଙ୍କୁ ୧୪ ହଜାର ଟଙ୍କାର ୫ଶହ ଟଙ୍କିଆ ନୋଟ ଦେଇ ବ୍ୟାଙ୍କରେ ଡିପୋଜିଟ କରିବାକୁ କହିଥିଲେ। ତା ପର ଦିନ ଉକ୍ତ ଫାଇନାନସ୍ କର୍ମଚାରୀର ଅନ୍ୟ ଜଣେ ଅଧିକାରୀ ଆଶିଷଙ୍କୁ ଡାକି ବ୍ୟାଙ୍କ ବାହାରେ ତମ ଟଙ୍କା ନକଲି କହି ୭ ହଜାର ଟଙ୍କାର ୧୪ ଟି ୫୦୦ ଟଙ୍କିଆ ନକଲି ନୋଟ ଫେରାଇଦେଇଥିଲେ, ଯାହାକୁ ନେଇଁ ଗ୍ରାହକ ଓ ବ୍ୟାଙ୍କ କର୍ମଚାରୀ ମଧ୍ୟରେ ହୋହାଲ୍ଲା ହୋଇଥିଲା।
ଖବର ପାଇଁ ଗଣମାଧ୍ୟମ ପ୍ରତିନିଧୀ ପହଞ୍ଚିବା ପରେ ତରବରିଆ ଭାବେ ବ୍ୟାଙ୍କ କର୍ମଚାରୀ ସମ୍ପୃକ୍ତ ଗ୍ରାହକଙ୍କୁ ବ୍ୟାଙ୍କ ଭିତରେ ଡାକି ନେଇଁ ରଫାଦଫା କରିଦେଇଥିଲେ। ଏହି ଘଟଣା ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପରେ ଉକ୍ତ ଫାଇନାନସ୍ କର୍ମଚାରୀଙ୍କ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି। ତେବେ ଏହି ନକଲି ନୋଟର ଚେର କେତେ ଦୁର ରହିଛି ପୁଲିସ ତଦନ୍ତରୁ ଜଣାପଡିବ ବୋଲି କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/11/726f7073-3178-4522-8726-b89b57db2ce5.jpeg)