ନୀଳଗିରି: ବାଲେଶ୍ବର ଜିଲ୍ଲା ନୀଳଗିରିରେ ସକ୍ରିୟ ହୋଇଛି ଜାଲ ନୋଟ କାରବାର। ଗୋଟିଏ ମାସ ପୂର୍ବରୁ ନୀଳଗିରି ଥାନା ଅଧିନ ସନ୍ତରାଗଡିଆ ମାର୍କେଟରୁ ୩୨ ହଜାର ୭ ଶହ ଟଙ୍କା ସହିତ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲଣ କରିଥିଲା ନୀଳଗିରି ପୁଲିସ। ଘଟଣାକୁ ମାସେ ନ ବିତୁଣୁ ଜାଲ ନୋଟ ବେପାରୀ ମାନେ ପୁଣି ମାତିଛନ୍ତି।

Advertisment

ସୂଚନା ମୁତାବକ ରାତି ୮ଟାରେ ବରହମପୁର ଥାନା ଅଂଚଳର ୨ ଜଣ ଯୁବକ ନୀଳଗିରି ବ୍ଲକ ଅଧିନ ଧୋବଶିଳା ଗ୍ରାମର ଏକ ତେଜରାତି ଦୋକାନରୁ କିଛି ସାମଗ୍ରୀ କିଣି ୫ ଶହ ଟଙ୍କିଆ ଏକ ଜାଲ ନୋଟ କାରବାର କରିବାକୁ ପ୍ରଚେଷ୍ଟା କରୁଥିଲେ। ହେଲେ ଦୋକାନୀ ଜଣକ ଜାଲ ନୋଟ ଟିକୁ ଜାଣିବା ପରେ ଦୁଇ ଜଣଙ୍କୁ ଭଲ ଭାବରେ ଉତ୍ତମ ମଧ୍ୟମ ଦେଇ ନୀଳଗିରି ପୁଲିସର ଜିମା ଦେଇଥିଲେ।

publive-image

ପୁଲିସ ଘଟଣାସ୍ଥଳକୁ ଯାଇ ଦୁଇଜଣଙ୍କୁ ଅଟକ ରଖିବା ସହ ସେମାନଙ୍କ ନିକଟରୁ ୫ଟି ୫ଶହ ଟଙ୍କିଆ ଜାଲ ନୋଟ ଜବତ କରିଥିଲା। ସେମାନଙ୍କୁ ପଚରାଉଚୁରା କରିବା ସହ ଏ ଘଟଣାର ମାଷ୍ଟର ମାଇଣ୍ଡ କିଏ ଓ ଆହୁରି କେତେ ଟଙ୍କା ରହିଛି ତାହା ତଦନ୍ତ ଜାରି ରଖିଛି। ଅଟକ ଥିବା ୨ ଜଣଙ୍କା ମଧ୍ୟରୁ ଜଣେ ସରକାରୀ କର୍ମଚାରୀ ଭାବରେ ବ୍ଲକ ଅଧୀନରେ ପାନୀୟ ବିଭାଗର ଏସିଏମ ଭାବରେ କାର୍ଯ୍ୟରତ ଥିବା ବେଳେ କାଠ କାମ ମଧ୍ୟ କରନ୍ତି। ଅନ୍ୟ ଜଣେ ତାଙ୍କ ସହଯୋଗୀ ବୋଲି ଜଣାପଡିଛି।