ନକଲି ଟଙ୍କା ଛପାକେନ୍ଦ୍ରରେ ଚଢ଼ାଉ, ୧୦୨ଟି ନକଲି ନୋଟ ଜବତ, ୫ ଗିରଫ

ପ୍ରିଣ୍ଟର ,କମ୍ପ୍ୟୁଟର ଜବତ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଖଡିଆଳ ଥାନା ଅଞ୍ଚଳରେ ଥିବା ନକଲି ଟଙ୍କା ଛପା ଯାଉଥିବା ଏକ କମ୍ପ୍ୟୁଟର ଶିକ୍ଷା କେନ୍ଦ୍ରରେ ଚଢ଼ାଉ କରି ୧୦୨ଟି ନକଲି ଶହେ ଟଙ୍କିଆ ନୋଟ୍‌ ଜବତ କରିବା ସହିତ ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରିଛି। ନକଲି ଟଙ୍କା ଛାପିବା ପାଇଁ ବ୍ୟବହୃତ କମ୍ପ୍ୟୁଟର, ପ୍ରିଣ୍ଟରକୁ ମଧ୍ୟ ପୁଲିସ ଜବତ କରିଛି।

ନୂଆପଡ଼ା ଏସ୍‌ପି ସ୍ମିତ ପରମାର ଏକ ସାମ୍ବାଦିକ ସମ୍ମିଳ,ନୀରେ କହିଛନ୍ତି ଯେ, ଖଡିଆଳର ଅରବିନ୍ଦ ଦାଶ (୩୨ ବର୍ଷ) ନାମକ ଜଣେ ଯୁବକ ତାଙ୍କ ସହଯୋଗୀମାନଙ୍କ ସହାୟତାରେ ନକଲି ଟଙ୍କା ଛାପି କଳାହାଣ୍ଡି ଜିଲ୍ଲାରେ କାରବାର କରୁଥିଲେ। ଏ ନେଇ ପୁଲିସକୁ ଠୋସ ସୂଚନା ମିଳିବା ପରେ ପୁଲିସ ଶ୍ରୀ ଦାସଙ୍କ ସମେତ କଳାହାଣ୍ଡି ଜିଲ୍ଲା ଗୋଲଗୁଣ୍ଡା ଥାନା ଟେମରି ଗାଁର ଭବାନୀ ଚରଣ ବାଗ,ଚିଡିଆ ଗାଁର ସନ୍ତୋଷ ସରାଫ୍‌, ଖଡ଼ିଆଳ ଥାନା ଚଲାନପଡ଼ାର ଦାମୋଦର ଚଲାନ ଓ ରୋମେଶ୍ୱର ବାଗଙ୍କୁ ଗିରଫ କରିଥିଲା। ସେମାନଙ୍କ ଠାରୁ ପୁଲିସ ୧୦୨ ଖଣ୍ଡ ନକଲି ଶହେ ଟଙ୍କିଆ ଜବତ କରିଛି। ଯେଉଁ କମ୍ପ୍ୟୁଟର ଶିକ୍ଷା କେନ୍ଦ୍ରରେ ଏହି ନକଲି ଟଙ୍କା ଛପା ଯାଉଥିଲା ସେଠାରୁ କମ୍ପ୍ୟୁଟର, ପ୍ରିଣ୍ଟର ପ୍ରଭୃତି ଜବତ କରାଯାଇଛିି।

ସମ୍ବନ୍ଧିତ ଖବର