ଯାଜପୁର: ଦାନଗଦିରୁ ୪,୭୭ ଲକ୍ଷ ଟଙ୍କାର ନକଲି ନୋଟ ଜବତ, ୬ ଗିରଫ

ଯାଜପୁର: ଯାଜପୁର ଜିଲ୍ଲାର ଦାନଗଦିରେ ଏକ ନକଲି ନୋଟ୍‌ ତିଆରି ରାକେଟର ପର୍ଦ୍ଦାଫାସ୍ କରାଯାଇଛି। ସ୍ଥାନୀୟ ଅଞ୍ଚଳରେ ନକଲି ନୋଟ୍‌ କାରବାର ବଢ଼ୁଥିବା ସୂଚନା ପାଇବା ପରେ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିଲା। ଆଜି ଅପରାହ୍ନରେ ଯାଜପୁର ରୋଡ ପୁଲିସ ଦାନଗଦି ହାଟପଡ଼ିଆ ନିକଟରେ ଥିବା ଏକ ଘର ଉପରେ ଚଢ଼ାଉ କରି ନୋଟ ଛପା ଯାଉଥିବା ପ୍ରିଣ୍ଟର ସହ ୪,୭୭ ଲକ୍ଷ ଟଙ୍କାର ନକଲି ନୋଟ ଜବତ କରିଛି।

ନକଲି ନୋଟ କାରବାର ସହ ସଂପୃକ୍ତ ୬ଜଣଙ୍କୁ ପୁଲିସ ଗିରଫ କରିଛି। ସେମାନଙ୍କଠାରୁ ୩ଟି ମୋବାଇଲ ଫୋନ୍‌ ଏବଂ ଦୁଇଟି ବାଇକ ମଧ୍ୟ ଜବତ କରାଯାଇଛି । ଏମାନଙ୍‌କ ମଧ୍ୟରୁ ୪ ଜଣ  ଦାନଗଦି ଓ ଯାଜପୁର ରୋଡ ଅଞ୍ଚଳର ହୋଇଥିବା ବେଳେ ୨ ଜଣ ଢ଼େଙ୍କାନାଳର ବୋଲି ବୋଲି ପ୍ରାଥମିକ ତଦନ୍ତରୁ ପୁଲିସ ଜାଣିବାକୁ ପାଇଛି। ଆଜି ଯାଜପୁର ପୁଲିସ ଏସ୍‌ପି ଏକ ସାମ୍ବାଦିକ ସମ୍ମିଳନୀ କରି ନକଲି ନୋଟ ଜବତ ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର