ଭୁବନେଶ୍ବର: ରାଜ୍ୟର ବିଭିନ୍ନ ସ୍ଥାନରେ ପୁଳା ପୁଳା ଜାଲ ନୋଟ୍ କାରବାର ଘଟଣା ଦେଖିବାକୁ ମିଳୁଥିବା ବେଳେ କ୍ରାଇମବ୍ରାଞ୍ଚର ଏସ୍ଟିଏଫ୍ ଏକ ବଡ଼ଧରଣର ରୢାକେଟ୍ ଠାବ କରିଛି। ଜାଲ ନୋଟ୍ କାରବାର କରୁଥିବା ୩ ଜଣଙ୍କୁ ଗିରଫ କରାଯାଇଛି। ମିଳିଥିବା ସୂଚନା ଅନୁସାରେ, ଏସ୍ଟିଏଫ୍ ସୁବର୍ଣ୍ଣପୁର ଜିଲ୍ଲା ଓଲଣ୍ଡା ଥାନା ମାଟିଖାଇ ଅଞ୍ଚଳରେ ଚଢ଼ଉ କରି ଏହି ରୢାକେଟ୍ ଠାବ କରିଛି। ସେମାନଙ୍କଠାରୁ ପ୍ରାୟ ୩୦ ଲକ୍ଷରୁ ଅଧିକ ଟଙ୍କାର ଜାଲ ନୋଟ୍, ପ୍ରିଣ୍ଟର, କାଳି, ନୋଟ୍ ଛପା ପାଇଁ ବ୍ୟବହୃତ କାଗଜ, ଲାପଟପ୍, ମୋବାଇଲ ଫୋନ୍ ଜବତ କରାଯାଇଛି। ଏହି ରୢାକେଟ୍ର ଚେର ବାହାର ରାଜ୍ୟକୁ ଲମ୍ବିଥିବା କୁହାଯାଉଛି। ଏସ୍ଟିଏଫ୍ ସେମାନଙ୍କୁ ନିଜ ହେପାଜତକୁ ନେଇ ପଚରାଉଚରା ଚଳାଇଛି। ଏମାନେ ଦୀର୍ଘ ଦିନ ହେଲା ଜାଲ୍ନୋଟ କାରବାରରେ ସମ୍ପୃକ୍ତ ଥିବା କୁହାଯାଉଛି। ତଦନ୍ତ ସରିନଥିବାରୁ ଏସ୍ଟିଏଫ୍ ପୂରା ସୂଚନା ଦେବାକୁ ମନା କରିଦେଇଛି। ଆସନ୍ତାକାଲି ଏ ନେଇ ସାମ୍ବାଦିକ ସମ୍ମିଳନୀ କରାଯାଇପାରେ ବୋଲି କୁହାଯାଉଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp