ନକଲି କୀଟନାଶକ ବ୍ୟବହାର ଘଟଣା: ୧୧ କମ୍ପାନିକୁ ନୋଟିସ୍‌

ଭୁବନେଶ୍ୱର : ଫସଲ କ୍ଷୟକ୍ଷତି ନେଇ ଆଜି କୃଷି ବିଭାଗ ସମୀକ୍ଷା କରିଛି। କ୍ଷେତରେ ବ୍ୟବହାର ହୋଇଥିବା କୀଟନାଶକଗୁଡ଼ିକର ପରୀକ୍ଷା ପରେ ଏଥିରୁ ୧୧ଟି କମ୍ପାନିର କୀଟନାଶକ ବ୍ୟବହାର ଉପଯୋଗୀ ନଥିଲା। ତେଣୁ ଏହି ୧୧ଟି କମ୍ପାନିକୁ ଏହାର ମାନ ନେଇ ରିପୋର୍ଟ ଦେବାକୁ କୃଷି ବିଭାଗ ନୋଟିସ୍‌ ଜାରି କରିଛି। କୃଷି ବିଭାଗ କ୍ଲିନ୍‌ଚିଟ୍‌ ନଦେବା ପର୍ଯ୍ୟନ୍ତ ଏହି କୀଟନାଶକ ବିକ୍ରି ଉପରେ ରୋକ୍‌ ଲାଗିଛି।

କୀଟନାଶକ ବ୍ୟବହାର ସତ୍ତ୍ୱେ ଧାନ କ୍ଷେତ୍ରରେ ପୋକ ଲାଗିବା ନେଇ ଅଭିଯୋଗ ଆସିବା ପରେ କୃଷି ବିଭାଗ ପକ୍ଷରୁ ବ୍ୟବହୃତ କୀଟନାଶକଗୁଡ଼ିକର ମାନ ପରୀକ୍ଷା ହୋଇଥିଲା। ଏଥିରେ ଅକ୍ଟୋବର ମାସରେ ୫୮ଟି କୀଟନାଶକ ନମୁନା ଯାଞ୍ଚ କରାଯାଇଥିବା ବେଳେ ନଭେମ୍ବରରେ ୧୦୦ଟି କୀଟନାଶକର ନମୁନା ଯାଞ୍ଚ କରାଯାଇଥିଲା। ଏଥିରୁ ୧୧ଟି କମ୍ପାନିର କୀଟନାଶକ ବ୍ୟବହାର ଉପଯୋଗୀ ନଥିଲା ବୋଲି ପ୍ରମାଣ ମିଳିଥିବା କୃଷି ବିଭାଗ ସଚିବ ସୌରଭ ଗର୍ଗ କହିଛନ୍ତି। ସେହିପରି ଲଘୁଚାପ ବର୍ଷା ଯୋଗୁଁ ଜମିରେ ପାଣି ଜମିଥିଲେ ମଧ୍ୟ ଫସଲରେ ପୋକର କୌଣସି ପ୍ରଭାବ ପଡ଼ିବ ନାହିଁ। ଏହାକୁ ଅନୁଧ୍ୟାନ କରି ରିପୋର୍ଟ ଦେବାକୁ ପ୍ରତି ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସଚିବ ଆଜିର ସମୀକ୍ଷା ପରେ କହିଛନ୍ତି।

ସମ୍ବନ୍ଧିତ ଖବର