କୋଣାର୍କ : କୋଣାର୍କ ଓ ଚନ୍ଦ୍ରଭାଗାରେ ପୋସ୍ତକ ନାମରେ ଏବେ ରାମଦାନା ବ୍ୟାପକ ମାତ୍ରାରେ ବିକ୍ରି ହେଉଥିବା ଅଭିଯୋଗ ହୋଇଛି। କେହିକେହି ଏହାକୁ ଚଢ଼େଇ ଦାନା ମଧ୍ୟ କହୁଥିବାର ଜଣାପଡ଼ିଛି। ଏ ଦିଗରେ ବାରମ୍ବାର ଅଭିଯୋଗ ହେଲେ ମଧ୍ୟ ପୁଲିସ ପ୍ରଶାସନ କିମ୍ବା ଖାଦ୍ୟ ନିରୀକ୍ଷକଙ୍କ ପକ୍ଷରୁ କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ନହେବା ଫଳରେ ଏହି ନକଲି ପୋସ୍ତକ ବିକ୍ରି ଦିନକୁ ଦିନ ବଢ଼ି ଚାଲିଛି। କିଲୋପିଛା ୮୦ ଟଙ୍କାରୁ ୧୦୦ ଟଙ୍କା ଦରରେ କିଣାଯାଉଥିବା ଏହି ରାମଦାନା ପର୍ଯ୍ୟଟକଙ୍କୁ ୫୦୦ରୁ ୮୦୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଛି। ଫଳରେ କୋଣାର୍କ ପରିଦର୍ଶନରେ ଆସୁଥିବା ପର୍ଯ୍ୟଟକମାନେ ଶୋଷଣର ଶିକାର ହେଉଛନ୍ତି। ଏ ଦିଗରେ ପୁଲିସ ପ୍ରଶାସନ ଓ ଖାଦ୍ୟ ନିରୀକ୍ଷକ ଦୃଷ୍ଟି ଦେଇ ଏହି ନକଲି ପୋସ୍ତକ ବିକ୍ରି ବନ୍ଦ କରିବା ପାଇଁ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସାଧାରଣରେ ଦାବି ପ୍ରକାଶ ପାଇଛି। ଏ ସମ୍ପର୍କରେ କୋଣାର୍କ ଥାନା ଅଧିକାରୀଙ୍କୁ ପଚାରିବାରେ ସେ ଏଦିଗରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଛନ୍ତି।
କୋଣାର୍କ ଓ ଚନ୍ଦ୍ରଭାଗାରେ ପୋସ୍ତକ ନାମରେ ବିକ୍ରି ହେଉଛି ରାମଦାନା, ଶୋଷଣର ଶିକାର ହେଉଛନ୍ତି ପର୍ଯ୍ୟଟକ
/sambad/media/post_attachments/wp-content/uploads/2019/11/ramadana.jpg)