ବୈପାରିଗୁଡା: ନିଜକୁ ଆରଟିଓ ଏଜେଣ୍ଟର ପରିଚୟ ଦେଇ ଲୋକଙ୍କ ଠାରୁ ଟଙ୍କା ନେଇ ନକଲି ଡ୍ରାଇଭିଙ୍ଗ ଲାଇସେନ୍ସ ଦେଉଥିଲେ। ଆଉ ଅଭିଯୋଗ ପରେ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରି କୋର୍ଟ ଚଲାଣ କରିଛି। ଏହିପରି ଘଟଣା କୋରାପୁଟ ଜିଲ୍ଲା ବୈପାରିଗୁଡା ଅଂଚଳରେ ଘିଟିଛି। ଗିରଫ ଅଭିଯୁକ୍ତ ଜଣକ ଜୟପୁର ସଦର ଥାନା ଅନ୍ତର୍ଗତ ବାରିଣୀପୁଟ ଗ୍ରାମର ୨୯ ବର୍ଷୀୟ ମହେନ୍ଦ୍ର ଖେମୁଡୁ ବୋଲି ଜଣାପଡ଼ିଛି। ଆଜି ବୈପାରୀଗୁଡା ଥାନାରେ ଜୟପୁର ଏସଡିପିଓ ଅରୂପ ଅଭିଷେକ ବେହେରା ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।

Advertisment

ବୈପାରିଗୁଡା ଅଂଚଳ ସମେତ କୁନ୍ଦୁରା ଲମତାପୁଟ ନନ୍ଦପୁର ବ୍ଲକ ଭଳି ଆଦିବାସୀ ଅଂଚଳର ଏକ ଶହରୁ ଊର୍ଦ୍ଧ୍ବ ଲୋକେ ଏହି ନକଲି ଡ୍ରାଇଭଙ୍ଗ ଲାଇସେନ୍ସର ଠକାମିର ଶିକାର ହୋଇଛନ୍ତି। ଲୋକଙ୍କୁ ବିନା ଟେଷ୍ଟିଙ୍ଗରେ ଡ୍ରାଇଭିଙ୍ଗ ଲାଇସେନ୍ସ ଦିଆଯାଉଥିଲା। ଆଉ ଏଥିପାଇଁ ଅଧିକ ଟଙ୍କା ନେଉଥିଲେ ମହେନ୍ଦ୍ର ଖେମୁଡୁ। ହେଲେ ମାଝୀଗୁଡା ଗ୍ରାମର କିଛି ଲୋକଙ୍କ ଲାଇସେନ୍ସ ଅନ ଲାଇନରେ ଦେଖାଉ ନକରିବାରୁ ଏହା ନକଲି ହୋଇଥିବା ଭାବି ସେମାନେ ବୈପାରୀଗୁଡା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଅନୁଯାୟୀ ବୈପାରୀଗୁଡା ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିବା ସହ କୋର୍ଟ ଚଲାଣ କରିଛି।