ନକଲି ଷ୍ଟେସନ ମାଷ୍ଟର ଗିରଫ

ବଲାଙ୍ଗୀର : ନିଜକୁ ଆସିଷ୍ଟାଣ୍ଟ ଷ୍ଟେସନ ମାଷ୍ଟରର ପରିଚୟ ଦେଇ ରେଳଯାତ୍ରୀଙ୍କୁ ଠକି ଚାଲିଥିଲା। ଟିକଟ ଚେକିଂ ସହ ତତ୍କାଳରେ ଟିକଟ କରାଇଦେବା ବାହାନାରେ ଟଙ୍କା ଆଦାୟ କରି ଚାଲୁଥିଲା। ଶେଷରେ ଧରାପଡ଼ିଛି ବଲାଙ୍ଗୀର ଆରପିଏଫ ପୁଲିସ ହାତରେ। ଯୁବକ ଜଣକ ଲୋଇସିଂହାର ହୃଷିକେଶ ଦାସ(୨୫) ବୋଲି ଜଣାଯାଇଛି। ଆରପିଏଫ ପୁଲିସ ହୃଷୀକେଶକୁ ଗିରଫ କରି କୋର୍ଟଚାଲାଣ କରିଛି।

ସୂଚନାଯୋଗ୍ୟ ଯେ, ଲୋଇସିଂହାର ହୃଷୀକେଶ ନିଜକୁ ଲୋଇସିଂହା ଷ୍ଟେସନର ଆସିଷ୍ଟାଣ୍ଟ ଷ୍ଟେସନ ମାଷ୍ଟର କହି ଯାତ୍ରୀଙ୍କଠାରୁ ଟଙ୍କା ଆଦାୟ କରୁଥିଲା। ଲୋକଙ୍କ ମଧ୍ୟରେ ବିଶ୍ୱାସ ଜନ୍ମାଇବା ପାଇଁ ନକଲି ପରିଚୟପତ୍ର ସହ ଅନ୍ୟାନ କାଗଜପତ୍ର ମହଜୁଦ ରଖିଥିଲା। ନକଲି କାଗଜପତ୍ର ମାଧ୍ୟମରେ ଲୋକଙ୍କୁ ତତ୍କାଳ ଟିକଟ କରାଇ ଦେଉଥିଲା। ପରବର୍ତ୍ତୀ ସମୟରେ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଜଣେ ଯାତ୍ରୀଙ୍କ ପାଖରୁ ଅଭିଯୋଗ ପାଇବା ପରେ ବଲାଙ୍ଗୀର ରେଲୱେ ପୁଲିସ ହୃଷୀକେଶକୁ କାବୁ କରି ତଦନ୍ତ ଆରମ୍ଭ କରିଥିଲା। ହୃଷୀକେଶ ପାଖରେ ଥିବା ସମସ୍ତ କାଗଜପତ୍ର ନକଲି ଥିବା ଜଣା ପଡ଼ିବା ପରେ ବଲାଙ୍ଗୀର ଆରପିଏଫ ତାକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର