ଜାଲ୍‌ ଟିଡିଆର୍‌ ମାମଲାରେ ରାଜେନ୍ଦ୍ର ଅଗ୍ରଓ୍ଵାଲଙ୍କ ଆଗୁଆ ଜାମିନ ଆବେଦନ, କେସ୍‌ ଡାଏରି ଦାଖଲ ପାଇଁ ନିର୍ଦ୍ଦେଶ

କଟକ : ଜାଲ୍‌ ଟର୍ମ ଡିପୋଜିଟ ରିସିପ୍ଟ(ଟିଡିଆର) ପ୍ରସ୍ତୁତ ମାମଲାରେ ସୁପରକ୍ଲାସ୍‌ ଠିକାଦାର ରାଜେନ୍ଦ୍ର ଅଗ୍ରଓ୍ଵାଲଙ୍କ ଆଗୁଆ ଜାମିନ ଆବେଦନର ଶୁଣାଣି କରି ହାଇକୋର୍ଟ କେସ୍‌ ଡାଏରି ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଅବକାଶକାଳୀନ ଖଣ୍ଡପୀଠ ଆବେଦନର ପରବର୍ତ୍ତୀ ଶୁଣାଣି ଜୁନ୍‌ ୬ରେ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଲକ୍ଷାଧିକ ଟଙ୍କାର ଜାଲ ଟିଡିଆର୍‌ ଦେଇ ରାଜେନ୍ଦ୍ର କଳାହାଣ୍ଡି ଜିଲ୍ଲାରେ ଠିକା କାମ ହାତେଇଥିବା ନେଇ ଅଭିଯୋଗ ହେବା ପରେ ଏ ନେଇ ପୁଲିସ ମାମଲା ରୁଜୁ କରିଥିଲା। ଏହି ମାମଲାରେ ଗିରଫଦାରୀ ଏଡାଇବା ପାଇଁ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ମାନସ ଚାନ୍ଦ ମାମଲା ପରିଚାଳନା କରୁଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ସୁପର କ୍ଲାସ ଠିକାଦାର ରାଜେନ୍ଦ୍ର ଅଗ୍ରୱାଲା ଜାଲ ଟିଡିଆର ପ୍ରସ୍ତୁତ କରି କୋଟିକୋଟି ଟଙ୍କା ରାଜସ୍ୱ ହାନି କରିଥିବା ଜଣାପଡିବା ପରେ ଏ ନେଇ ଖୋଳତାଡ ଆରମ୍ଭ ହୋଇଥିଲା। ନୂଆପଡା, ଧର୍ମଗଡ଼, ଖଡିଆର, ଭବାନୀପାଟଣାରେ ଏପରି ଠକେଇ ନେଇ ଅଭିଯୋଗ ହୋଇଥିଲା। ରାଜେନ୍ଦ୍ରଙ୍କ ସମେତ ସ୍ପେଶାଲ କ୍ଲାସ ଠିକାଦାର ତଥା ତାଙ୍କ ପୁଅ ବଣ୍ଟି ଅଗ୍ରୱାଲ ଓ ବୋହୂ ସବିତା ଅଗ୍ରୱାଲଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ପୁଲିସ ରାଜେନ୍ଦ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ତାଙ୍କୁ କେତେକ ମାମଲାରେ ହାଇକୋର୍ଟ ଜାମିନ ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର