ଠିକାଦାର ମହେନ୍ଦ୍ର ମଲ୍ଲିକଙ୍କ ଲାଇସେନ୍ସ ରଦ୍ଦ, ଟେଣ୍ଡର ବାତିଲ

ଗଞ୍ଜାମରେ ଜାଲ୍‌ ଟିଡିଆର୍‌

କଳା ତାଲିକାଭୁକ୍ତ ହେବେ, ଧରିବାକୁ ଚଢ଼ଉ

ଭଂଜନଗର : ଭଂଜନଗର କ୍ଷୁଦ୍ର ଜଳସେଚନ ବିଭାଗରେ ନକଲି ଟିଡିଆର୍‌ ଦାଖଲ କରି କାମ ହାତେଇଥିବା ଠିକାଦାର ମହେନ୍ଦ୍ର ମଲ୍ଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ ହୋଇଛି। ବର୍ତମାନ ସୁଦ୍ଧା ମହେନ୍ଦ୍ର ଫେରାର୍‌ ଅଛନ୍ତି। ତେବେ ମହେନ୍ଦ୍ର ହାତେଇଥିବା ବିଭାଗର ୪୯ ଲକ୍ଷ ଟଙ୍କାର ଦୁଇଟି କାମର ଚୁକ୍ତିନାମା ଓ ଟେଣ୍ଡରକୁ ବାତିଲ୍‌ କରାଯାଇଥିବା ନେଇ ନିର୍ବାହୀ ଯନ୍ତ୍ରୀ ଇଂ.କିଶୋର ଚନ୍ଦ୍ର ପାଳ ସୂଚନା ଦେଇଛନ୍ତି। ସେହିପରି ମହେନ୍ଦ୍ରଙ୍କ ଲାଇସେନ୍‌ସକୁ ତୁରନ୍ତ ବାତିଲ୍‌ କରି କଳା ତାଲିକା (ବ୍ଲାକ୍‌ ଲିଷ୍ଟେଡ୍‌) କରିବାକୁ ସରକାରଙ୍କୁ ଚିଠି ଲେଖାଯାଇଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ ରାଜ୍ୟ ସରକାର ବି ଏହି ଘଟଣାକୁ ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି। ରାଜ୍ୟସ୍ତରର ବିଭାଗୀୟ ଅଧିକାରୀ ଭିଡିଓ କନଫରେନସିଂ ଦ୍ୱାରା ସବୁକଥା ପଚାରି ବୁଝିଛନ୍ତି। ମାମଲା ବିଷୟରେ ଫୁଙ୍ଖାନୁଫୁଙ୍ଖ ତଥ୍ୟ ଦାଖଲ କରିବାକୁ ଓ ମୁଖ୍ୟଯନ୍ତ୍ରୀଙ୍କ ସହ ଆଲୋଚନା କରିବାକୁ ନିର୍ବାହୀ ଯନ୍ତ୍ରୀ ଶ୍ରୀ ପାଳ ଭୁବନେଶ୍ୱର ଯାଇଛନ୍ତି।

ସମ୍ବନ୍ଧିତ ଖବର