ଜାଲ ଟିଡିଆର୍‌ ମାମଲା: ଠିକାଦାର ରାଜେନ୍ଦ୍ର ଅଗ୍ରଓ୍ଵାଲଙ୍କୁ ଅନ୍ତରୀଣ ଜାମିନ

କଟକ : ଜାଲ ଟର୍ମ ଡିପୋଜିଟ ରିସିପ୍ଟ(ଟିଡିଆର) ପ୍ରସ୍ତୁତ ମାମଲାରେ ସୁପରକ୍ଲାସ୍‌ ଠିକାଦାର ରାଜେନ୍ଦ୍ର ଅଗ୍ରଓ୍ଵାଲଙ୍କୁ ହାଇକୋର୍ଟ ଅନ୍ତରୀଣ ଜାମିନ ମଞ୍ଜୁର କରିଛନ୍ତି। ଜଷ୍ଟିସ୍‌ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ଶ୍ରୀ ଅଗ୍ରଓ୍ଵାଲଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିବା ସହିିତ ଜୁନ୍‌ ୩୦ ତାରିଖ ଦିନ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ହାଜର ହୋଇ ତଦନ୍ତରେ ସହଯୋଗ କରିବା ପାଇଁ ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ମାନସ ଚାନ୍ଦ ମାମଲା ପରିଚାଳନା କରୁଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ ଲକ୍ଷାଧିକ ଟଙ୍କାର ଜାଲ ଟିଡିଆର୍‌ ଦେଇ ରାଜେନ୍ଦ୍ର କଳାହାଣ୍ଡି ଜିଲ୍ଲାରେ ଠିକା କାମ ହାତେଇଥିବା ନେଇ ଅଭିଯୋଗ ହେବା ପରେ ଏ ନେଇ ଧର୍ମଗଡ ପୁଲିସ ମାମଲା ରୁଜୁ କରିଥିଲା। ଏହି ମାମଲାରେ ଗିରଫଦାରୀ ଏଡାଇବା ପାଇଁ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ସମ୍ବନ୍ଧିତ ଖବର