ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ଜାଲ୍ ଶିକ୍ଷକ ପ୍ରସଙ୍ଗକୁ ନେଇ ହାଇକୋର୍ଟରେ ପିଟିସନ୍ ରୁଜୁ ହୋଇଛି। ବାହାର ରାଜ୍ୟ ଶିକ୍ଷା ପ୍ରମାଣପତ୍ର ଦାଖଲ କରି ଗଞ୍ଜାମ ଜିଲ୍ଲାରେ ଶିକ୍ଷକତା କରୁଥିବା ଶିକ୍ଷକଙ୍କ ସାର୍ଟିଫିକେଟ୍ ଯାଞ୍ଚ ପାଇଁ ଅନୁରୋଧ କରାଯାଇଛି।
ଖଲ୍ଲିକୋଟ ବ୍ଲକ୍ର ବିଭିନ୍ନ ସ୍କୁଲରେ ବାହାର ରାଜ୍ୟର ବିଇଡି ଶିକ୍ଷା ପ୍ରମାଣପତ୍ର ଦେଇ ଶିକ୍ଷକତା କରୁଥିବା ନେଇ ସୂଚନା ଅଧିକାରୀ ଆଇନ ବଳରେ ତଥ୍ୟ ହସ୍ତଗତ ହୋଇଥିଲା। ଖଲ୍ଲିକୋଟ ବିଇଓଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ ୭ଜଣ ଶିକ୍ଷକଶିକ୍ଷୟିତ୍ରୀଙ୍କ ବାହାର ରାଜ୍ୟର ବିଇଡି ପ୍ରମାଣପତ୍ରରେ ଶିକ୍ଷକତା କରୁଥିବା ସୂଚନା ଅଧିକାର କର୍ମୀ ବାସୁଦେବ ରାଉତଙ୍କ ତଥ୍ୟରୁ ଜଣାପଡ଼ିଥିଲା। ଏହି ଶିକ୍ଷକଶିକ୍ଷୟିତ୍ରୀଙ୍କ ଶିକ୍ଷା ପ୍ରମାଣପତ୍ର ଯାଞ୍ଚ କରିବା ପାଇଁ ଶ୍ରୀ ରାଉତ ହାଇକୋର୍ଟରେ ପିଟିସନ୍ ରୁଜୁ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/08/Odisha_high_court.jpg)