ସମ୍ବଲପୁର: ନକଲି ଔଷଧ କାରବାର ନେଇ ସାରା ରାଜ୍ୟ ଚା଼୍ଚଲ୍ୟ ଖେଳି ଯାଇଛି। ଉଚ୍ଚ ରକ୍ତ ଚାପ ଔଷଧ ଟେଲ୍‌ମା-୪୦ ନାଁରେ ନକଲି ଔଷଧ ବିକ୍ରି ହେଉଥିବା ଅଭିଯୋଗ ଆସିବା ପରେ ଡ୍ରଗ୍ସ କଣ୍ଟ୍ରୋଲ୍‌ ବିଭାଗ ଏବେ ଆକ୍ସନ୍‌ ମୁଡ୍‌୍‌ରେ ରହିଛି। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଲଗାତାର ଭାବେ ଚଢ଼ଉଜାରି ରହିଛି। ପ୍ରଥମେ କଟକରେ ଏହି ଅଭିଯୋଗ ହେବା ପରେ ଟେଲମା-୪୦ ମେଡିସିନକୁ ନେଇ ଖୋଳତାଡ ଆରମ୍ଭ ହୋଇଥିଲା। ତେବେ ଅସଲି ଖୋଳରେ ନକଲି ଟେଲମା-୪୦ ଔଷଧ ବିକ୍ରି ହେଉଥିବା ନିଶ୍ଚିତ ହେବା ପରେ ବିଭିନ୍ନ ଜିଲ୍ଲାରେ ଚଢ଼ଉଜାରି ରଖିଛି ଡ୍ରଗ୍ସ ବିଭାଗ। ସମ୍ବଲପୁରରେ ମଧ୍ୟ ଚଢ଼ଉ ହେବା ସହ ନକଲି ଔଷଧ ମଧ୍ୟ ମିଳିଛି। ଏହି ଔଷଧ ସମ୍ବଲପୁରରୁ ଜିଲ୍ଲା ବାହାରକୁ ମଧ୍ୟ ଏହି ନକଲି ଔଷଧ ବିକ୍ରି ହୋଇଥିବା ସୂଚନା ମିଳିଛି। ଯାହା ଏବେ ଡ୍ରଗ୍ସ ବିଭାଗର ମୁଣ୍ଡ ବିନ୍ଧାର କାରଣ ପାଲଟିଛି।

Advertisment

ସମ୍ବଲପୁର ଡ୍ରଗ୍ସ ଇନ୍‌ସପେକ୍ଟର ସତ୍ୟନାରାୟଣ ମଲ୍ଲିକଙ୍କ ତତ୍ତ୍ବାବଧାନରେ ଏକ ଟିମ୍‌ ୨ ଦିନ ହେବ ସମ୍ବଲପୁର ମହାନଗର ନିଗମ(ଏସ୍‌ଏମ୍‌ସି) ଅଞ୍ଚଳରେ ଚଢ଼ାଉ ଜାରି ରଖିଛି। ଗୁରୁବାର ୨ଟି ରିଟେଲ୍‌ ଓ ୪ଟି ହୋଲ୍‌ସେଲ୍‌ରେ ଚଢ଼ଉ କରାଯାଇଥିବା ବେଳେ କିଛି ନକଲି ମିଳି ନଥିଲା। କିନ୍ତୁ ଶୁକ୍ରବାର ଏସ୍‌ଏମ୍‌ସି ଅଞ୍ଚଳରେ ଥିବା ଏକ ହୋଲସେନ୍‌ ଦୋକାନରୁ ନକଲି ଟେଲ୍‌ମା-୪୦ (ବ୍ୟାଚ୍‌ ନଂ- ୧୮୨୧୧୦୫୫) ଜବତ ହୋଇଛି। ଡ୍ଗଗ୍ସ ବିଭାଗ ପକ୍ଷରୁ  ଶୁକ୍ରବାର ୫ଟି ହୋଲ୍‌ସେଲ୍‌ ଏବଂ ଗୋଟିଏ ରିଟେଲ୍‌ ଦୋକାନରେ ଯାଞ୍ଚ କରିଥିଲେ।

ତେବେ ଗୋଟିଏ ହୋଲ୍‌ସେଲ୍‌ରୁ ଏହି ନକଲି ଟେଲ୍‌ମା-୪୦ ଔଷଧ ମିଳିଥିଲା। ଉକ୍ତ ହୋଲ୍‌ସେଲ୍‌ରୁ ମିଳିଥିବା ୧୪ ଷ୍ଟ୍ରିପ୍‌ ନକଲି ଟେଲ୍‌ମା-୪୦କୁ ଡ୍ରଗ୍ସ ବିଭାଗ ଜବତ କରିଥିବା ବେଳେ ଅନେକ ଷ୍ଟ୍ରିପ୍‌ ମେଡେସିନ୍‌ ବିକ୍ରି ହୋଇଥିବା ଜଣାପଡିଛି। ପ୍ରାଥମିକ ସୂଚନା ଅନୁଯାୟୀ, ଦେବଗଡ଼ ଓ ବଲାଙ୍ଗୀରକୁ ଉକ୍ତ ହୋଲ୍‌ସେଲ୍‌ରୁ କିଛି ମେଡିସିନ୍‌ ଯାଇଥିବା ସୂଚନା ମିଳିଛି। ତେବେ ଜିଲ୍ଲା ବାହାରକୁ ଯାଇଥିବା ନକଲି ଔଷଧ ଏବେ ଡ୍ରଗ୍ସ ବିଭାଗର ଚିନ୍ତା ବଢ଼ାଇଛି। ତେବେ ଉକ୍ତ ନକଲି ଔଷଧ ଜବତ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଥିବା ସତ୍ୟନାରାୟଣ ମଲ୍ଲିକ କହିଛନ୍ତି। ଅନ୍ୟପଟେ ଏହି ଚଢ଼ଉ ଆଗକୁ ମଧ୍ୟ ଜାରି ରହିବ ବୋଲି ସେ କହିଛନ୍ତି।