ଭଞ୍ଜନଗର ‘ସମ୍ବାଦ ସାହିତ୍ୟ ଘର’ ପକ୍ଷରୁ ଫକୀର ମୋହନ ଜୟନ୍ତୀ

ଭଞ୍ଜନଗର : ସାମାଜିକ ଓ ସାଂସ୍କୃତିକ ଅବକ୍ଷୟ ସମୟରେ ସମାଜକୁ ନୂଆ ଦିଶା ଦେଖାଇଥିଲା କାଳଜୟୀ ସ୍ରଷ୍ଟା ବ୍ୟାସକବି ଫକୀର ମୋହନଙ୍କ ସାହିତ୍ୟ କୃତୀ। ସ୍ବାଭିମାନ ଓ ସଂର୍ଘଷମୟ ଜୀବନ ଭିତରେ ଓଡ଼ିଆ ଭାଷାକୁ ବଞ୍ଚାଇ ରଖିବା ତାଙ୍କର ଥିଲା ଅଦମ୍ୟ ଉଦ୍ୟମ। ସାମାଜିକ ସ୍ଥିତିକୁ କଥିତ ଭାଷାରେ ନିଜର ଲେଖନୀରେ ପ୍ରୟୋଗ କରି ସାମାଜିକ ଚାଲି ଚଳନକୁ ବିଶେଷ ମାତ୍ରାରେ ପ୍ରଭାବିତ କରିଥିଲା। ଆଜି ମଧ୍ୟ ତାଙ୍କର ରଚିତ ଉପନ୍ୟାସ ଓ ସାହିତ୍ୟ କୃତୀ ମଣିଷକୁ ସମାଜର ବାସ୍ତବ ଚିତ୍ର ଦେଖାଇବାରେ ସକ୍ଷମ ହୋଇପାରିଛି।

ଆଜି ଭଞ୍ଜନଗର ସମ୍ବାଦ ସାହିତ୍ୟ ଘର ପକ୍ଷରୁ ପବିତ୍ର ମକର ସଂକ୍ରାନ୍ତି ଅବସରରେ କ୍ଷୁଦ୍ର ଗଳ୍ପର ଜନକ ଫକୀର ମୋହନଙ୍କ ଜୟନ୍ତୀ ପାଳନ ଅବସରରେ ଏହି ମତ ପ୍ରକାଶ ପାଇଥିଲା। କାର୍ଯ୍ୟକ୍ରମ ଆରମ୍ଭରେ ସମସ୍ତଙ୍କ ମଧ୍ୟରେ ମକର ଚାଉଳ ବଣ୍ଟନ କରାଯାଇଥିଲା। ସଭାପତି କୃତ୍ତିବାସ ବିଶ୍ବାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉପଦେଷ୍ଟା ମନୁନନ୍ଦ ପତି, ଜଗବନ୍ଧୁ ଜେନା ଓ ସହ ସମ୍ପାଦକ ଡ.ଗୁରୁମୂର୍ତ୍ତି ନାୟକ ମଞ୍ଚାସୀନ ଥିଲେ। ଏହାକୁ ସମ୍ପାଦକ ସନ୍ତୋଷ ଜେନା ସଂଯୋଜନା କରିଥିବା ବେଳେ ବରିଷ୍ଠ ସଦସ୍ୟ ଅନୁପମ ବାନାର୍ଜି, ସୁଜାତା ସିଂ, ସୁବାସ ଚନ୍ଦ୍ର ତାରିଣୀ, କୋଷାଧ୍ୟକ୍ଷ ତ୍ରିନାଥ ବେହେରା, ରୀତାରାଣୀ ମହାପାତ୍ର, ରବି ନାରାୟଣ ମହାନ୍ତି, ଅଶୋକ କୁମାର ସ୍ବାଇଁ ଓ ଅଜିତ ତ୍ରିପାଠୀ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ଡ.ସୀମାଞ୍ଚଳ ପତି, ଗୌରୀ ନନ୍ଦନ ହୋତା, ଡା.ଗାୟତ୍ରୀ ସାହୁ, ଅଶୋକ ସାହୁ ଓ ସନ୍ତୋଷ କୁମାର ତିଆଡ଼ି ପ୍ରମୁଖ ଯୋ‌ଗ ଦେଇଥିଲେ। ଶେଷରେ ସଙ୍ଗଠନ ସମ୍ପାଦକ ବିଶ୍ବମ୍ବର ଜେନା ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର