ଅନ୍ତର୍ଜାତୀୟ ଫକୀରମୋହନ ସାହିତ୍ୟ ପୁରସ୍କାର ପାଇଁ ଆହ୍ଵାନ

ଭୁବନେଶ୍ୱର : ଯୁକ୍ତରାଷ୍ଟ୍ର ଆମେରିକାର ଡକ୍ଟର ଦାଶ ଫାଉଣ୍ଡେସନ୍‌ ଏବଂ ଆମେରିକା ଓଡ଼ିଆ ସମାଜ ସହଯୋଗରେ ରାଜ୍ୟସ୍ତରୀୟ ବ୍ୟାସକବି ଫକୀରମୋହନ ସ୍ମୃତି ସଂସଦ ପକ୍ଷରୁ ଅନୁଷ୍ଠିତ ହେବ ଫକୀରମୋହନ ସେନାପତିଙ୍କ ୧୭୫ତମ ଜୟନ୍ତୀ ଓ ୧୦୦ତମ ଶ୍ରାଦ୍ଧୋତ୍ସବ। ଆସନ୍ତା ଜାନୁଆରି ୧୪ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଥିବା କାର୍ଯ୍ୟକ୍ରମରେ ଫକୀରମୋହନ ସାହିତ୍ୟ ଚର୍ଚା କ୍ଷେତ୍ରରେ ଅବଦାନ ପାଇଁ ‘ଫକୀର ମୋହନ ଆନ୍ତର୍ଜାତିକ ସାହିତ୍ୟ ପୁରସ୍କାର’ ପ୍ରଦାନ କରାଯିବ। ଦେଢ଼ ଲକ୍ଷ ଟଙ୍କାର ଅର୍ଥରାଶି ସହ ଏହି ସମ୍ମାନ ଦିଆଯିବ। ଏଥିସହ ଫକୀରମୋହନଙ୍କ ସୃଷ୍ଟି ଉପରେ କାର୍ଯ୍ୟ କରୁଥିବା ବ୍ୟକ୍ତିବିଶେଷ ଓ ସଂଗଠନ ମଧ୍ୟରୁ ବିଚାରପୂର୍ବକ ୫ଟିକୁ ‘ଫକୀର ସମ୍ମାନ’ ପ୍ରଦାନ କରାଯିବ। ୨୦ ହଜାର ଟଙ୍କାର ଅର୍ଥରାଶି ସହ ଏହା ପ୍ରଦାନ କରାଯିବ। ସ୍ମୃତି ସଂସଦ ପକ୍ଷରୁ ଗଠିତ କମିଟି ଜନସାଧାରଣଙ୍କଠାରୁ ଉଭୟ ପୁରସ୍କାର ଓ ସମ୍ମାନ ପାଇଁ ମନୋନୟନ ଆହ୍ଵାନ କରାଯାଇଛି। କୌଣସି ବ୍ୟକ୍ତି ଓ ଅନୁଷ୍ଠାନର ନାମ ସୁପାରିଶ ବେଳେ ଆଗ୍ରହୀ ବ୍ୟକ୍ତିବିଶେଷ ସେମାନଙ୍କର କୃତି, କୃତିତ୍ୱ ଓ ଯୋଗାଯୋଗ ଠିକଣା ପଠାଇବାକୁ ଅନୁରୋଧ। ଆସନ୍ତା ଜାନୁଆରି ୫ ତାରିଖ ସୁଦ୍ଧା ସମ୍ପାଦକ, ଫକୀରମୋହନ ସ୍ମୃତି ସଂସଦ, ଫକୀରମୋହନ ଭବନ, ଭିଆଇପି କଲୋନି, ନୟାପଲ୍ଲୀ, ଭୁବନେଶ୍ୱର -୭୫୧୦୧୫ ଠିକଣାରେ ଜଣାଇବାକୁ ସଂସଦ ପକ୍ଷରୁ ନିବେଦନ କରାଯାଇଛି।

ସମ୍ବନ୍ଧିତ ଖବର