ସରିଲା ଫକୀରମୋହନ ସାହିତ୍ୟ ପରିଷଦ ନିର୍ବାଚନ : ଶିରୀଶ ସଭାପତି ଓ କୁମାର ସଂପାଦକ ନିର୍ବାଚିତ

ବାଲେଶ୍ବର : ସମଗ୍ର ଉତ୍ତର ଓଡ଼ିଶାରେ ବିଗତ କିଛିଦିନ ଧରି ଚର୍ଚ୍ଚାରେ ଥିବା ଓଡ଼ିଶାର ଦ୍ବିତୀୟ ପ୍ରମୁଖ ସାହିତ୍ୟାନୁଷ୍ଠାନ ଫକୀରମୋହନ ସାହିତ୍ୟ ପରିଷଦର ନିର୍ବାଚନ ଆଜି ଶେଷ ହୋଇଛି। ଏଥିରେ ସଭାପତି ଭାବେ ବରିଷ୍ଠ ସାହିତ୍ୟିକ ଡ. ଶିରୀଶ ଚନ୍ଦ୍ର ଜେନା ନିର୍ବାଚିତ ହୋଇଥିବା ବେଳେ ଡ. କୁମାର ଗୋପାଲ ସଂପାଦକ ଭାବେ ନିର୍ଦ୍ବନ୍ଦ୍ବରେ ନିର୍ବ‌ାଚିତ ହୋଇଛନ୍ତି। ସେହିପରି ଉପସଭାପତି ପଦରେ ପ୍ରଦୀପ ଚାଟାର୍ଜୀ, ଦୀନବଂଧୁ ଲେଙ୍କା, ଯୁଗ୍ମ ସଂପାଦକ ଭାବେ ଡ. ସାରଙ୍ଗଧର ତ୍ରିପାଠୀ ଓ କଲ୍ୟାଣୀ ନନ୍ଦ ଓ କୋଷାଧ୍ୟକ୍ଷ ପଦରେ ତପନ ରାୟ ନିର୍ବାଚିତ ହୋଇଥିବା ପରିଷଦ ପକ୍ଷରୁ ଜଣାଯାଇଛି।

ଆଜି ପୂର୍ବାହ୍ନରେ ଫକୀରମୋହନ ସାହିତ୍ୟ ପରିଷଦର ବାର୍ଷିକ ସାଧାରଣ ସଭା ପ୍ରଦୀପ ଚାଟାର୍ଜୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ନୂତନ ଭାବେ ଯୋଗଦେଇଥିବା ସଦସ୍ୟମାନଙ୍କୁ ସ୍ବାଗତ କରାଯିବା ପରେ ବାର୍ଷିକ ଆୟବ୍ୟୟର ହିସାବ ଓ ଆଗାମୀ ବର୍ଷ ପାଇଁ ଯୋଜନା ପ୍ରସ୍ତୁତ କରାଯାଇଥିଲା। ଏହାପରେ କର୍ମକର୍ତ୍ତା ନିର୍ବାଚନ ହୋଇଥିଲା। ପରିଷଦର ୩୪୮ ଜଣ ସଦସ୍ୟଙ୍କ ମଧ୍ୟରୁ ୨୪୮ ଜଣ ଭୋଟଦାନ କରିଥିଲେ।

ସମ୍ବନ୍ଧିତ ଖବର