ଭୁବନେଶ୍ୱର: ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ମୃତ୍ୟୁକୁ ନେଇ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି। ଲୋକସେବା ଭବନ ଘେରିବାର ଗୋଟିଏ ଦିନ ପରେ ବିଜେଡି ନେତାମାନେ ଭୁବନେଶ୍ବରସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ନିରବ ପ୍ରତିବାଦ କରିଛନ୍ତି। ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ପକ୍ଷରୁ ଆୟୋଜିତ ଏହି ପ୍ରତିବାଦରେ ଦଳର ବରିଷ୍ଠ ନେତାମାନେ ମୁହଁରେ କଳାପଟି ବାନ୍ଧି ରାଜ୍ୟ ସରକାରଙ୍କ ନିଷ୍କ୍ରିୟତା ଓ ଦାୟିତ୍ୱହୀନତାକୁ ଦାୟୀ କରିଛନ୍ତି। ରାଜ୍ୟ ସରକାରଙ୍କ ଅବହେଳା ପାଇଁ ଗୋଟିଏ ନିରୀହ ଝିଅର ଜୀବନଦୀପ ଅକାଳରେ ଚାଲିଗଲା। ଏହାର ପ୍ରତିବାଦ ସମୟରେ ସରକାରଙ୍କ ନିର୍ଦ୍ଦେଶରେ ପୁଲିସ ପ୍ରଶାସନ ବିଜେଡି ନେତା ଓ କର୍ମୀଙ୍କୁ ବର୍ବରୋଚିତ ଆକ୍ରମଣ କରିଥିଲା। ତେଣୁ ଭଗବାନ ରାଜ୍ୟ ସରକାରଙ୍କୁ ସଦ୍ବୁଦ୍ଧି ପ୍ରଦାନ ଉଦ୍ଦେଶ୍ୟରେ ଏହି ଅଭିନବ ପ୍ରତିବାଦ କରାଯାଇଛି। ତା’ପରେ ଯଦି ରାଜ୍ୟ ସରକାରଙ୍କ ଜ୍ଞାନ ଉଦୟ ନ ହେବ ତେବେ ଆନ୍ଦୋଳନ ଆହୁରି ବ୍ୟାପକ ହେବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।
ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ମୌନବ୍ରତ
ଭୁବନେଶ୍ବର ସାଙ୍ଗଠନିକ ଜିଲ୍ଲା ସଭାପତି ଅଶୋକ ଚନ୍ଦ୍ର ପଣ୍ଡାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ପ୍ରତିବାଦ ସଭାରେ ଦେବୀପ୍ରସାଦ ମିଶ୍ର, ସଞ୍ଜୟ କୁମାର ଦାସବର୍ମା, ଅତନୁ ସବ୍ୟସାଚୀ ନାୟକ, ପ୍ରତାପ ଜେନା, ଅମର ପଟ୍ଟନାୟକ, ଟୁକୁନି ସାହୁ, ପ୍ରଦୀପ ଅମାତ, ପ୍ରଣବ ବଳବନ୍ତରାୟ, ପ୍ରଦୀପ ମାଝୀ, ଅନନ୍ତ ନାରାୟଣ ଜେନା, ସୁଶାନ୍ତ କୁମାର ରାଉତ, ମିଡିଆ ସଂଯୋଜକ ପ୍ରିୟବ୍ରତ ମାଝୀ, ଭୃଗୁ ବକ୍ସିପାତ୍ର, ଲୋପାମୁଦ୍ରା ବକ୍ସିପାତ୍ର, ବିଜୟ ନାୟକ, ଶର୍ମିଷ୍ଠା ସେଠୀ, ଲେଖାଶ୍ରୀ ସାମନ୍ତସିଂହାର, ରାଜଶ୍ରୀ ମଲ୍ଲିକ, ଧୃତିରଞ୍ଜନ ମାର୍ଥା ପ୍ରମୁଖ ସାମିଲ ହୋଇଥିଲେ। ସେହିପରି ଯୁବନେତା ରଶ୍ମୀରଞ୍ଜନ ଦାସ, ଇପ୍ସିତା ସାହୁ, ସୋଫିଆ ଆଲମ, ବିଜୟକେତନ ସାହୁ, ଦୀପକ ସାହୁ, ଦୀପକ ମହାପାତ୍ର, ସ୍ୱୟଂସାର୍ଥକ ରାୟ, ନୀଳମାଧବ ମହାନ୍ତି, ପୃଥ୍ୱୀରାଜ ପଣ୍ଡା, ମହୀକ୍ଷିତା ମିଶ୍ର, ଲଗ୍ନାଦୀପ ମିଶ୍ର, ଶିବପ୍ରସାଦ ବେହେରା, ଅଶ୍ୱିନୀ ସୁନ୍ଦରାୟ, ସନ୍ତୋଷ କୁମାର ନାଥ, ନିର୍ମଳ ରାଉତ, କର୍ପୋରେଟର୍ ମିହିର କୁମାର ରାଉତ, ମୋନାଲିସା ବେହେରା, ମିନୁଶ୍ରୀ ଖୁଣ୍ଟିଆ, ମୋନାଲିସା ସାହୁ, ସବ୍ୟସାଚୀ ସାହୁ, ସେକ୍ ନୁର୍ ହାସନ, ଜୟନ୍ତୀ ସାହୁ, ଇତିଶ୍ରୀ ଦାସ, ପିଙ୍କି ସ୍ୱାଇଁ, ଅଚ୍ୟୁତ ସ୍ୱାଇଁ, ଭୋଳାନାଥ ମହାରଣା, ବିପ୍ଳବ ବେହେରା, ପ୍ରେମାନନ୍ଦ ଜେନା, ପୂଜା ବେହେରା, ମଞ୍ଜୁଲତା କହଁର, ମାନସୀରାଣୀ ସୁନ୍ଦରାୟ, ପ୍ରସନ୍ନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।