ଫକୀରମୋହନ ବିଶ୍ବବିଦ୍ୟାଳୟ ଓ ଆରଏମ୍‌ଆରସି ଚୁକ୍ତି ସ୍ବାକ୍ଷରିତ, ଜନସ୍ବାସ୍ଥ୍ୟ କ୍ଷେତ୍ରରେ ମିଳିବ ପିଏଚ୍‌ଡି

ଭୁବନେଶ୍ବର : ବାଲେଶ୍ବରସ୍ଥିତ ଫକୀରମୋହନ ବିଶ୍ବବିଦ୍ୟାଳୟ ଓ ଆରଏମ୍‌ଆରଆସି ଭୁବନେଶ୍ବର ମଧ୍ୟରେ ଏକ ଚୁକ୍ତି ସ୍ବାକ୍ଷରିତ ହୋଇଛି। ଆଗାମୀ ଦିନରେ ବାୟୋଟେକ୍ନୋଲୋଜି, ଜୀବ ବିଜ୍ଞାନ, ଜନସ୍ବାସ୍ଥ୍ୟ ଓ ଅନ୍ୟ ବିଷୟରେ ଛାତ୍ରଛାତ୍ରୀମାନେ ପିଏଚ୍‌ଡି ହାସଲ କରିପାରିବେ। ଏହାସହ ଦୁଇ ଅନୁଷ୍ଠାନ ମଧ୍ୟରେ ସମ୍ମିଳନୀ, କର୍ମଶାଳା ମଧ୍ୟ ଆୟୋଜିତ ହେବ।

ଏହି ଅବସରରେ କୁଳପତି ପ୍ରଫେସର ଦୀନବନ୍ଧୁ ସାହୁ କହିଛନ୍ତି, କରୋନା କାଳରେ ଜନସ୍ବାସ୍ଥ୍ୟ ଶିକ୍ଷା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଏକାନ୍ତରେ ଗବେଷଣା ‌ସମ୍ଭବ ନୁହେଁ। ତେଣୁ ଦୁଇ ଅନୁଷ୍ଠାନର ସହଯୋଗ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ସେ କହିଥିଲେ। ଆରଏମ୍‌ଆରସିର ନିର୍ଦେଶିକା ଡା.ସଂଘମିତ୍ରା ପତି ଏମ୍‌ଓୟୁ ଦ୍ବାରା ଛାତ୍ରଛାତ୍ରୀମାନେ ବିଶେଷ ଲାଭବାନ ହୋଇପାରିବ ବୋଲି କହିଥିଲେ। ଏମ୍‌ଓୟୁ ଅବସରରେ ଜାତୀୟ ଜୀବ ବିଜ୍ଞାନ ପ୍ରତିଷ୍ଠାନର ନିର୍ଦେଶକ ଡା.ଅଜୟ ପରିଡ଼ା, ବିଶ୍ବବିଦ୍ୟାଳୟର ଗବେଷଣା ଓ ଡେଭଲପମେଣ୍ଟର ନିର୍ଦେଶକ ପ୍ରଫେସର ବି.ପି ଦାଶ ଓ ଅନ୍ୟ ବୈଜ୍ଞାନିକମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର