କୋମନା: କୋମନା ଥାନା ଉଦ୍ୟାନବନ୍ଧ-ବଲାଙ୍ଗୀର ରାସ୍ତାର ଜନମକଟା ପୋଲ ଉପରୁ ବାଇକ୍‌ ଖସିପଡ଼ିବାରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନାନୁସାରେ କୋମନା ଥାନା ଛତା ଗ୍ରାମର ବସନ୍ତ ମାଝୀ (୧୮), ପ୍ରକାଶ ମାଝୀ (୧୫) ଏବଂ ବଲାଙ୍ଗୀର ଜିଲ୍ଲା ଲାଠୋର ଥାନା ଚଚରାଭଟା ଗ୍ରାମର ସୁରସିଂ ମାଝୀ (୨୭) ଚଚରାଭଟା ଗ୍ରାମକୁ ଏକ ବାଇକ୍‌ (ଓଡି୦୩ୟୁ-୨୩୨୧)ରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଜନମକଟା ପୋଲ ଉପରୁ ତଳକୁ ଖସିପଡ଼ିଥିଲେ।

Advertisment

ରାସ୍ତାରେ ଯାଉଥିବା ଲୋକେ ୩ ଜଣଙ୍କୁ ଉଦ୍ଧାର କରି କୋମନା ଡାକ୍ତରଖାନାକୁ ଆଣିଥିଲେ। ଡାକ୍ତରରେ ବସନ୍ତ ମାଝୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଅନ୍ୟ ଦୁଇ ଜଣ ଗୁରୁତର ଥିବା ଜଣାପଡ଼ିଛି। ଖବର ପାଇ କୋମନା ପୁଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ପରେ ଘଟଣାସ୍ଥଳରୁ ବାଇକ୍‌ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।