ଚଳନ୍ତା ବସ୍‌ରୁ ପଡ଼ି ହେଲପର ମୃତ

ଆନନ୍ଦପୁର: ୨୦ ନମ୍ବର ଜାତୀୟ ରାଜପଥର ଘଟଗାଁ ଥାନା ଅନ୍ତର୍ଗତ ବିର୍ସାମୁଣ୍ଡା ଛକରେ ଯାତ୍ରୀବାହୀ ବସ୍‌ରୁ ଖସିପଡ଼ି ହେଲ୍‌ପର୍‌ ପ୍ରାଣ ହରାଇଛନ୍ତି। ମୃତକ ଜଣଙ୍କ ହେଲେ ପୁରୀ ଗୋପ ଥାନା ଅନ୍ତର୍ଗତ ଯୋଗେଶ୍ବରପୁର ଗ୍ରାମର ବନମାଳୀ ଦାଶ (୩୫)। ପ୍ରାପ୍ତ ସୂଚନା ଅନୁସାରେ, କଟକ ଫୁଲନଖରା ଅଞ୍ଚଳର କିଛି ପର୍ଯ୍ୟଟକ ଏକ ବସ୍‌ରେ ମା’ ତାରିଣୀଙ୍କ ଦର୍ଶନ ପାଇଁ ଘଟଗାଁ ଆସିଥିଲେ।

ଅପରାହ୍‌ଣ ପ୍ରାୟ ସାଢ଼େ ୫ଟାବେଳେ ହେଲ୍‌ପର୍‌ ବନମାଳୀ ବିର୍ସାମୁଣ୍ଡା ଛକ ନିକଟରେ ଚଳନ୍ତା ବସ୍‌ରୁ ଖସି ପଡ଼ିଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତଦେହକୁ ବସ୍‌ରେ ନେଇ ପଳାଉଥିବା ବେଳେ ହସନପୁର ଟୋଲ୍‌ପ୍ଲାଜା ନିକଟରେ ଘସିପୁରା ପୁଲିସ ଅଟକାଇ ଶବ ଜବତ କରି ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନା ଆଣିଛି। ଘଟଣାଟି ଘଟଗାଁ ଥାନା ଅଞ୍ଚଳରେ ଘଟିଥିବାରୁ ଉକ୍ତ ଥାନାକୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର