ପାଟଣାଗଡ଼: ଆମ୍ବ ତୋଳିବାକୁ ଯାଇଥିବା ବେଳେ ଗଛରୁ ପଡ଼ି ପାଟଣାଗଡ଼ ବ୍ଲକ୍ ଭଇଁଷା ଗାଁର ହିରୋଜ ବଗର୍ତ୍ତି (୨୫ବର୍ଷ)ଙ୍କ ମୃତ୍ୟୁ ଘଟିଛି। ହିରୋଜ ଶନିବାର ଦ୍ବିପ୍ରହରରେ ଆମ୍ବ ତୋଳିବା ପାଇଁ ଗଛକୁ ଚଢ଼ିଥିଲେ।
ଏହି ସମୟରେ ହଠାତ୍ ଭାରସାମ୍ୟ ହରାଇ ପଡ଼ିଯିବାରୁ ସେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ତୁରନ୍ତ ପାଟଣାଗଡ଼ ଉପଖଣ୍ଡ ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।