ଗଛପଡ଼ି ରାସ୍ତା ଅବରୋଧ, ୨ ଘଣ୍ଟା ଯାତାୟାତ ଠପ୍

ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବିଜେପୁରରୁ ରାୟଗଡ଼ା ଜିଲ୍ଲାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ବିଜେପୁର-କଳାକୁପା ମଝିରେ ଏକ ବିରାଟ ଆମ୍ବ ଗଛ ପଡ଼ି ଯାଇଥିଲା। ଫଳରେ ୨ ଘଣ୍ଟା ଯାତାୟାତ ଠପ୍ ହୋଇପଡ଼ିଥିଲା। ଖବର ପାଇ ବିଜେପୁର ଓ କଳାକୁପା ଗ୍ରାମର ଯୁବଗୋଷ୍ଠୀ ପହଞ୍ଚି ଗଛ କାଟିବାରୁ ଯିବାଆସିବା ସ୍ବାଭାବିକ ହୋଇଥିଲା।

ବିଜେପୁର ପୂର୍ବତନ ସରପଞ୍ଚ ପୂର୍ଣ୍ଣଚନ୍ଦ୍ର ମାଝୀ, ଟୀକା ମାଝୀ, ଟେକୁରାମ ପାଣି, ଦେବଗିରି ନାଏକ, ରମେଶ କରୁଆଙ୍କ ସମେତ ଗଛକଟା କାର୍ଯ୍ୟରେ ସାମିଲ ଥିଲେ।

ସମ୍ବନ୍ଧିତ ଖବର