ଏସ୍‌ଆରସି ପକ୍ଷରୁ ଜାରି ହୋଇନି କୌଣସି ଗାଇଡଲାଇନ୍ସା, ସାମାଜିକ ଗଣମାଧ୍ୟମରେ ବୁଲୁଛି ଜାଲ୍‌ ଗାଇଡଲାଇନ୍

ଭୁବନେଶ୍ବର : ଜୁଲାଇ/ଅଗଷ୍ଟ ମାସ ପାଇଁ ସ୍ବତନ୍ତ୍ର ରିଲିଫ୍ କମିସନର (ଏସ୍‌ଆରସି)ଙ୍କ ପକ୍ଷରୁ କୌଣସି ପ୍ରକାର କୋଭିଡ୍ ସର୍କୁଲାର ଜାରି ହୋଇନାହିଁ। ସାମାଜିକ ଗଣମାଧ୍ୟମରେ ଏଭଳି କିଛି ଜାଲ୍ ଗାଇଡଲାଇନ୍ ଘୂରି ବୁଲୁଥିବା ନଜରକୁ ଆସିବା ପରେ ଏସ୍‌ଆରସିଙ୍କ ପକ୍ଷରୁ ଟ୍ବିଟ୍‌ ଜରିଆରେ ଏହି ସ୍ପଷ୍ଟୀକରଣ ଦିଆଯାଇଛି। ଏସ୍‌ଆରସିଙ୍କ ପକ୍ଷରୁ କୁହାଯାଇଛି ଯେ ଏପ୍ରିଲ ୧ତାରିଖ ପରଠାରୁ ଏସ୍‌ଆରସି କୌଣସି ପ୍ରକାର କୋଭିଡ ଗାଇଡଲାଇନ୍ ଜାରି କରି ନାହାନ୍ତି। ତେଣୁ ସାମାଜିକ ଗଣମାମଧ୍ୟରେ ଯେଉଁ ଗାଇଡଲାଇନ୍ ଘୂର ବୁଲୁଛି ଏଥିରେ ସତ୍ୟତା ନାହିଁ।

ଉଲ୍ଲେଖ ଯେ ସାମାଜିକ ଗଣମାଧ୍ୟମରେ ଶନିବାର ଅପରାହ୍‌ଣ ୩ଟା ୩୦ରେ ଏସ୍‌ଆରସି ଅଗଷ୍ଟ ମାସ ପାଇଁ ଗାଇଡଲାଇନ୍ ଘୋଷଣା କରିଥିବା ଏକ ଲେଖା ଘୂରି ବୁଲିଥିଲା। ଏଥିରେ କୁହାଯାଇଥିଲା ଯେ ରାଜ୍ୟର ୨୭ଟି ଜିଲ୍ଲାରେ ସଂକ୍ରମଣ ନଗଣ୍ୟ ଥିବା ବେ‌ଳେ କଟକ, ଖୋର୍ଧା, ପୁରୀରେ ଅଧିକ ରହିଛି। ମାତ୍ର ଉଦ୍‌ବେଗଜନକ ନୁହେଁ। ତେଣୁ ଏଥିପାଇଁ କେଉଁ କେଉଁ କଟକଣା ଲଗାଯାଇଛି ତାହା ସଂପର୍କରେ ଉଲ୍ଲେଖ ରହିଥିଲା।

ସମ୍ବନ୍ଧିତ ଖବର