ରାପିଡ୍‌ ଆଣ୍ଟିଜେନ୍ କିଟ୍‌ରେ ଫଲ୍‌ସ ନେଗେଟିଭ୍‌ ଅଧିକ: ବିଶେଷଜ୍ଞ

ଭୁବନେଶ୍ୱର : ରାଜ୍ୟରେ ଏବେ ପ୍ରତ୍ୟେକ ଦିନ ୫୦ ହଜାରରୁ ଅଧିକ କୋଭିଡ୍‌ ନମୁନା ପରୀକ୍ଷା ହେଉଛି। ହେଲେ ଏଥିରେ ରାପିଡ୍‌ ଆଣ୍ଟିଜେନ୍ କିଟ୍‌ରେ ପରୀକ୍ଷା ସଂଖ୍ୟା ୭୫ପ୍ରତିଶତରୁ ଅଧିକ ରହୁଛି। ଆରଟି-ପିସିଆର ଅପେକ୍ଷା ଏତେ ସଂଖ୍ୟାରେ ରାପିଡ୍‌ ଆଣ୍ଟିଜେନ୍ କିଟ୍‌ରେ ପରୀକ୍ଷାକୁ ବିଶେଷଜ୍ଞମାନେ ନାପସନ୍ଦ କରିଛନ୍ତି। ରାପିଡ୍‌ ଆଣ୍ଟିଜେନ୍ କିଟ୍‌ର ପଜିଟିଭ୍ ରେଟ୍‌ ୫୦-୭୦ ପ୍ରତିଶତ ରହିଛି। ଏଭଳି ପରିସ୍ଥିତିରେ ଅଧିକ ସଂଖ୍ୟାରେ ରାପିଡ୍‌ କିଟ୍‌ରେ ପରୀକ୍ଷା ଅଧିକ ଫଲ୍‌ସ ନେଗେଟିଭ୍ ଦେଖାଇପାରେ ବୋଲି କହିଛନ୍ତି ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟ ଅଧୀନରେ ଥିବା ଆଇଏମ୍‌ଏସ୍‌ର ପୂର୍ବତନ ନିର୍ଦେଶକ ତଥା ବିଶିଷ୍ଟ ମାଇକ୍ରୋବାଇଓଲୋଜିଷ୍ଟ ଡା. ତ୍ରିଭୁବନ ମୋହନ ମହାପାତ୍ର।

ସଂଖ୍ୟା ବଢ଼ାଇବା ଲାଗି ଏଭଳି ପ୍ରୟାସ ଚାଲିଛି
ଦିନକୁ ଅତିକମ୍‌ରେ ୧୦ ହଜାର ଆରଟି-ପିସିଆର ପରୀକ୍ଷା ଜରୁରୀ

ଡା. ମହାପାତ୍ର କହିଛନ୍ତି, ନମୁନା ସଂଗ୍ରହ କରିବା ଉପରେ ରାପିଡ୍‌ ଆଣ୍ଟିଜେନ୍ କିଟ୍‌ର ସଫଳତା ନିର୍ଭର କରୁଛି। ଯଦି ଠିକ୍ ଭାବେ ନମୁନା ସଂଗ୍ରହ କରାନଯାଏ, ତାହାଲେ ୫୦ ପ୍ରତିଶତ ପର୍ଯ୍ୟନ୍ତ ରୋଗୀଙ୍କୁ ଚିହ୍ନଟ କରିବା ସମ୍ଭବ ହେବ ନାହିଁ। ଯଦି ନମୁନା ସଂଗ୍ରହରେ ଅସାବଧାନତା ରହେ, ତାହାଲେ ନମୁନା ରିପୋର୍ଟ ବିଶେଷ ଫଳପ୍ରଦ ହୋଇ ନଥାଏ। ଓଡ଼ିଶାରେ ଏବେ ମାତ୍ରାଧିକ ଆଣ୍ଟିଜେନ୍ କିଟ୍‌ ପରୀକ୍ଷାରେ ଯେତିକି ସଂଖ୍ୟକ ରୋଗୀ ଚିହ୍ନଟ ହେଉଛନ୍ତି, ଯଦି ସେମାନଙ୍କର ଆର୍‌ଟିପିସିଆର ପରୀକ୍ଷା କରାଯ‌ାଇଥାନ୍ତା, ତାହାଲେ ହୁଏତ ଅଧିକ ରୋଗୀ ଚିହ୍ନଟ ହୋଇଥା’ନ୍ତେ। ଯଦି ଲକ୍ଷଣ ଥିବା ‌ରୋଗୀଙ୍କ ରାପିଡ୍ ଆଣ୍ଟିଜେନ୍ କିଟ୍‌ରେ ନେଗେଟିଭ୍ ଆସିଥାଏ, ତାହାଲେ ତାଙ୍କୁ ପୁନର୍ବାର ଆରଟି-ପିସିଆରରେ ପରୀକ୍ଷା କରାଯିବା ଜରୁରୀ।

Personnel Today

ରାଜ୍ୟ ସରକାର ନମୁନା ପରୀକ୍ଷାରେ କେବଳ ପରିମାଣ ବା କ୍ବାଣ୍ଟିଟିକୁ ଦେଖୁଛନ୍ତି, ମାତ୍ର କ୍ବାଲିଟିକୁ ପଛରେ ପକାଇ ଦେଇଛନ୍ତି। ଫଳରେ ଏକ ତୃତୀୟାଂଶ ‌ରୋଗୀଙ୍କୁ ଚିହ୍ନଟ କରାଯିବା ସମ୍ଭବ ହେଉନାହିଁ। ଆରଟି-ପିସିଆର ପରୀକ୍ଷାରେ ପଜିଟିଭ୍ ରେଟ୍‌ ୭୦-୮୦ ପ୍ରତିଶତ ପର୍ଯ୍ୟନ୍ତ ରହିଛି। ତେଣୁ ଯଦି ଜଣେ ବ୍ୟକ୍ତିଙ୍କ ରାପିଡ୍‌ ଆଣ୍ଟିଜେନ୍ କିଟ୍‌ରେ ନେଗେଟିଭ୍ ଆସୁଛି ଓ ପରବର୍ତୀ ସମୟରେ ଆରଟି-ପିସିଆରରେ ପରୀକ୍ଷା କରାଯାଉଛି, ତାହାଲେ ଜଣେ ସଂପୃକ୍ତ ପରୀକ୍ଷାର ପଜିଟିଭ୍ ରେଟ୍‌ ୯୫-୯୮ପ୍ରତିଶତ ପର୍ଯ୍ୟନ୍ତ ଦେଖା ଯାଇଥାଏ। ତେଣୁ ଏଥିରେ ରୋଗୀ ଖସିଯିବା ସମ୍ଭବ ନୁହେଁ। ଆରଟି-ପିସିଆର ନମୁନା ରିପୋର୍ଟ ପାଇବା ପାଇଁ ଯଥେଷ୍ଟ ବିଳମ୍ବ ହେଉଥିବା ରୋଗୀମାନେ ଅଭିଯୋଗ କରୁଛନ୍ତି। ତେଣୁ ରାଜ୍ୟ ସରକାର ଦିନକୁ ଅତିକମ୍‌ରେ ୧୦ ହଜାର ଆରଟି-ପିସିଆର ପରୀକ୍ଷା କରିବା ଉଚିତ ବୋଲି ଡା. ମହାପାତ୍ର କହିଛନ୍ତି।

ସମ୍ବନ୍ଧିତ ଖବର