ବଡ଼ମ୍ବା: ବଡ଼ମ୍ବା ବଡ଼ବାରସିଂହ ଗାଁରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହରୁ ବିଷ ପିଇ ଶାଶୂ, ବୋହୂ ପ୍ରାଣ ହରାଇଥିବା ବେଳେ ସ୍ୱାମୀ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ସୂଚନା ଅନୁଯାୟୀ ଭାଗୀରଥୀ ସେନାପତି ଋଣ ଟଙ୍କା ଶୁଝି ନ ପାରିବା କାରଣରୁ ଘରେ ଅଶାନ୍ତି ଲାଗି ରହିଥିଲା। ଶ୍ବଶୁର ଘର ଲୋକ ମଧ୍ୟ ଏ ସଂପର୍କରେ ତାଙ୍କୁ କହିବା ଯୋଗୁ ବାଦବିବାଦ ହେଉଥିଲା। ଏଭଳି ସ୍ଥିତିରେ ଆଜି ଭାଗୀରଥୀ ଓ ତାଙ୍କ ପତ୍ନୀ ସଙ୍ଗୀତା ସେନାପତି (୨୯)ଙ୍କ ମଧ୍ୟରେ ବଚସା ହେବାରୁ ଉଭୟ ବିଷ ପିଇ ଦେଇଥିଲେ।

Advertisment

ଭାଗିରଥୀ ଓ ସଙ୍ଗୀତାଙ୍କୁ ବଡ଼ମ୍ବା ଡାକ୍ତରଖାନାକୁ ନିଆଯାଉଥିବା ବେଳେ ଏ କଥା ଜାଣି ଭାଗୀରଥୀଙ୍କ ମା’ ନିବାସୀ ସେନାପତି (୫୫) ମଧ୍ୟ ବିଷ ପିଇ ଦେଇଥିଲେ। ସଙ୍ଗୀତାଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ଆଠଗଡ଼ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟପଟେ ନିବାସୀଙ୍କର ବି ସେହି ସମୟରେ ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ ନେଇ ବଡ଼ମ୍ବା ଥାନାରେ ଦୁଇଟି ପୃଥକ୍‌ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଚାଲିଛି ବୋଲି ଥାନା ଅଧିକାରୀ ଅନିରୁଦ୍ଧ ମୁଦୁଲି ସୂଚନା ଦେଇଛନ୍ତି।