ମଦ ପିଇ ଘରେ ଗଣ୍ଡଗୋଳ କରୁଥିବାରୁ ଅତିଷ୍ଠ ହୋଇ ପୁଅକୁ ପୋଡ଼ି ଦେଲେ ପରିବାର ଲୋକ

ଅନୁଗୁଳ: ଅନୁଗୁଳ କଦଳୀମୁଣ୍ଡା ଗାଁରେ ଅଭାବନୀୟ ଘଟଣା । ମଦ୍ୟପ ପୁଅର ଅତ୍ୟାଚାରରେ ଅତିଷ୍ଠ ହୋଇ ଜିଅନ୍ତା ଜାଳିଦେଲେ ପରିବାର ଲୋକେ । ଖବର ପାଇ ହଣ୍ଡପା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ମୃତକଙ୍କ ମା’ ବାସନ୍ତୀ ପ୍ରଧାନ ଓ ବଡ଼ପୁଅ ସୁବାଷ ପ୍ରଧାନଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରୁଛି । ମୃତ ରାଜକିଶୋର ପ୍ରଧାନ ଜଣେ ଶ୍ରମିକ ଶ୍ରେଣୀର ଲୋକ । ସେ ଦେଢ ବର୍ଷ ତଳେ ବିବାହ କରିଥିଲେ ବୋଲି ଜଣାପଡ଼ିଛି ।

Weather service warns of fire danger this afternoon
Ashland Times Gazette

ମିଳିଥିବା ସୂଚନା ମୁତାବକ, ମଦ ପିଇ ଘରେ ସବୁବେଳେ ଗଣ୍ଡଗୋଳ କରୁଥିବ‌ାରୁ ଏଥିରେ ଅତିଷ୍ଠ ହୋଇ ରାଜକିଶୋରଙ୍କ ପତ୍ନୀ ୩ମାସ ତଳେ ତାଙ୍କ ବାପଘରକୁ ଚାଲିଯାଇଥିଲେ । ସ୍ତ୍ରୀ ଘର ଛାଡ଼ି ଯିବା ପରେ ମଧ୍ୟ ସୁଧୁରି ନଥିଲେ ରାଜକିଶୋର । ଘରର ଅନ୍ୟ ସଦସ୍ୟଙ୍କ ସହ ଗଣ୍ଡଗୋଳ କରିବା ଆରମ୍ଭ କରିଥିଲେ । ତେବେ ଏଥିରେ ଅତିଷ୍ଠ ହୋଇ ପରିବାର ଲୋକେ ତାଙ୍କୁ ମାଡ଼ ମାରିବା ସହ ପେଟ୍ରୋଲ ଢାଳି ନିଆଁ ଲଗାଇଦେଇଥିବା ଜଣାପଡ଼ିଛି । ତାଙ୍କ ଶରୀର ୮୦ ପ୍ରତିଶତ ପୋଡ଼ିଯାଇଥିବା ବେଳେ ମେଡ଼ିକାଲ ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଛି ।

ସମ୍ବନ୍ଧିତ ଖବର