କଳାବାଡିଆ : ରାସ୍ତା କିମ୍ବା ପୋଲ ଅଭାବରୁ ମୟୂରଭଂଜ ଜିଲ୍ଲାରେ ପ୍ରସୂତିଙ୍କୁ ଖଟିଆରେ ବୋହି ଆମ୍ବୁଲାନ୍ସ ପାଖକୁ ନେବା ଘଟଣା ବାରମ୍ବାର ଘଟିଚାଲିଛି। ଗତ ୩୦ ତାରିଖରେ ଏପରି ଏକ ଘଟଣା ଘଟିଥିଲା। ଆଜି ପୁଣି ଜଣେ ଗର୍ଭବତୀଙ୍କୁ ଖଟିଆରେ ବୋହି ଆମ୍ବୁଲାନ୍ସ ନିକଟକୁ ନେବା ଭଳି ଘଟଣା ବାଙ୍ଗିରିପୋଷି ବ୍ଲକ ଶ୍ୟାମସୁନ୍ଦରପୂର ପଞ୍ଚାୟତର ଚାଉଳଘୋରି ପାହାଡ଼ସାହି ଗ୍ରାମରେ ଘଟିଛି। ସଦ୍ୟ ଏପରି ଅଭାବନୀୟ ଘଟଣାର ଶିକାର ହୋଇଛନ୍ତି କାଳୁ ସିଂଙ୍କ ସ୍ତ୍ରୀ ଝୁମି(୨୦)।
ସୂଚନା ଅନୁସାରେ, ବତ୍ଜର୍ତ୍ତମାନ ଝୁମି ୯ ମାସର ଗର୍ଭବତୀ ହୋଇଥିବା ବେଳେ ସକାଳେ ସେ ଅସୁସ୍ଥ ଅନୁଭବ କରିବାରୁ ପରିବାର ପକ୍ଷରୁ ୧୦୨କୁ ଖବର ଦିଆଯାଇଥିଲା। ଖବରପାଇ ୧୦୨ ପହଞ୍ଚିଥିଲେ ବି ଗ୍ରାମ ନିକଟରେ ଥିବା ଶଙ୍କରାଇ ନାଳ ଉପରେ ପୋଲ ନଥିବାରୁ ଗାଁକୁ ଯାଇନପାରି ପ୍ରାୟ ୩୦୦ ମିଟର ଦୂରରେ ଅପେକ୍ଷା କରି ରହିଥିଲା। ପରିବାର ଲୋକେ ଗ୍ରାମବାସୀଙ୍କ ସହାୟତାରେ ଏକ ଖଟିଆରେ ବୋହି ଝୁମିଙ୍କୁ ୧୦୨ ନିକଟକୁ ଆଣିଥିଲେ। ସେଠାରୁ ଝୁମିଙ୍କୁ ବାଙ୍ଗିରିପୋଷି ଡାକ୍ତରଖାନାକୁ ନିଆଯାଇଥିଲା। ମାତ୍ର ଏତିକିରେ ଝୁମିଙ୍କ ଦୁଃଖ ସରିନଥିଲା। ବାଙ୍ଗିରିପୋଷି ଡାକ୍ତରଖାନାରେ ବିଭାଗୀୟ ବିଶେଷଜ୍ଞ ନଥିବାରୁ ତାଙ୍କୁ ବାରିପଦା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାକୁ ସାଥୀେର ଆଶାକର୍ମୀ ଜୟନ୍ତୀ ସିଂ ଯାଇଛନ୍ତି।
ଏ ନେଇ ପୂର୍ବରୁ ସମ୍ବାଦର ଅନୁମାନ ସତ୍ୟ ହେଲା। ପାହାଡ଼ସାହିରେ ଦୁଇଜଣ ଗର୍ଭବତୀ ନଦୀପାର ହେବାପାଇଁ ଅପେକ୍ଷାରତ ବୋଲି ପୁର୍ବରୁ ସମ୍ବାଦ ପ୍ରକାଶ କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/kalabadia_KHATIARE-BUHAHELE-GARBHABATI-2.jpeg)
