ବର୍ଷା ପବନରେ ଭାଙ୍ଗିଲା ଘର : ଗୁହାଳ ପାଲଟିଛି ଆଶ୍ରୟସ୍ଥଳ, ଅତ୍ୟନ୍ତ କଷ୍ଟରେ ଜୀବନ ବିତାଉଛନ୍ତି ପରିବାର

ଭାପୁର : ୧୨ ଦିନର ଲଗାଣ ବର୍ଷାରେ ଭାପୁର ବ୍ଲକ୍‌ କଇଁଫୁଲିଆ ପଞ୍ଚାୟତର ଦୁଆଡ଼ିଆ ଗ୍ରାମର ନଳିନୀ ପଣ୍ତାଙ୍କ ଝାଟିମାଟି ଘର ଭାଙ୍ଗିଯାଇଛି। ଘଟଣା ସମ୍ବନ୍ଧରେ ଭାପୁର ତହସିଲଦାରଙ୍କୁ ଲିଖିତ ଭାବେ ଜଣାଇଥିଲେ ମଧ୍ୟ ୯ ଦିନ ପରେ ମଧ୍ୟ କୌଣସି ସହାୟତା ମିଳିନାହିଁ। ମିଳିଥିବା ସୂଚନାରୁ ଜଣାପଡ଼ିଛି, ଭାପୁର ବ୍ଲକ୍‌ କଇଁଫୁଲିଆ ପଞ୍ଚାୟତର ଦୁଆଡ଼ିଆ ଗ୍ରାମର ନଳିନୀ ପଣ୍ତା ଦୁଇ ଝିଅ ଓ ଗୋଟିଏ ପୁଅକୁ ନେଇ ଅତ୍ୟନ୍ତ କଷ୍ଟରେ ଜୀବନ ବିତାଉଛନ୍ତି। ଦୁଇ ସପ୍ତାହ ତଳର ଲଗ‌ାଣ ବର୍ଷାରେ ଝାଟିମାଟିର ଦୁଇ ବଖରା ଘର ଭାଙ୍ଗିଯାଇଛି। ପିଲାମାନଙ୍କୁ ଧରି ନଳିନୀ ଏକ ଗୁହାଳ ମଧ୍ୟରେ ଜୀବନ ବିତାଉଛନ୍ତି। ଏହି ଘର ଭଙ୍ଗା ଘଟଣା ସଂପର୍କରେ ନଳିନୀ ଗତ ୨୦ ତାରିଖରେ ଭାପୁର ତହସିଲଦାରଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ମାତ୍ର ସହାୟତା ମିଳିବା ତ ଦୂରର କଥା ବର୍ତ୍ତମାନ ଭିତରେ ରାଜସ୍ବ ନିରୀକ୍ଷକଙ୍କ ପାଦ ଘଟଣାସ୍ଥଳରେ ପଡ଼ିଲା ନାହିଁ। ଏହି ଅସହାୟା ମହିଳାଙ୍କ ସମସ୍ୟା ପ୍ରତି ଦୃଷ୍ଟି ଦେବାକୁ ଗ୍ରାମବାସୀ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର