ବୃଦ୍ଧାଙ୍କ ମୃତ୍ୟୁ; ସଂପର୍କୀୟ ପଚାରିଲେନି, ସ୍ବେଚ୍ଛାସେବୀ ଶବସତ୍କାର କଲେ

ମାଲକାନଗିରି: ଜିଲ୍ଲା ସଦର ମହାକୁମା ସ୍ଥିତ ସେତୁ ବୃଦ୍ଧାଶ୍ରମର ପଦାଦାସୀ ମଣ୍ଡଳଙ୍କୁ ମୃତ୍ୟୁ ହୋଇ ଯାଇଅଛି। ପଦଦାସୀ ସୁଦୂର କୋଲକାତା ନିବାସୀ ଥିଲେ। ତାଙ୍କର ବଡ଼ ଝିଅକୁ ମାଲକାନଗିରି ଜିଲ୍ଲାର ଏମଭି-୪୦ ନମ୍ବର ଗ୍ରାମରେ ବିବାହ କରାଇ ଥିଲେ। ସ୍ୱାମୀଙ୍କ ମୃତ୍ୟୁ ପରେ ପଡାଦାସୀ ନିଜ ଝିଅ-ଜ୍ବାଇଁ ଘରେ ରହିବାକୁ ଆସିଥିଲେ। ଝିଅର ୩ଟି ସନ୍ତାନ ଏବଂ ସେମାନଙ୍କର ପରିବାର ବଡ଼ ପରିବାର ହୋଇଥବାରୁ ସମସ୍ତେ ଏକାଠି ରହିବା ଆଜିକା ଦିନରେ କଷ୍ଟକର। ଝିଅ-ଜ୍ବାଇଁ ଓ ପୁଅ-ବୋହୁ ସେମାନଙ୍କର ପରିବାରକୁ ନେଇ ରହୁଥିଲେ। ବହୁମାନେ ପଦାଙ୍କୁ ଭଲ ସମ୍ମାନ ଓ ସତ୍କାର କରୁ ନ ଥିଲେ। ପଦାବାସୀ ଜଣେ ସ୍ୱାଭିମାନୀ ମହିଳା ଥିଲେ। ସେ କାହାରି ବଡ଼ ବଡ଼ କଥା ଶୁଣି ପାରୁ ନ ଥିଲେ। ତେଣୁ ସେ ଗ୍ରାମରେ ଘରେ ଘରେ ଭିକ୍ଷା ମାଗି ଆର ତାର ବାରଣ୍ଡାରେ ବିଶ୍ରାମ କରୁଥିଲେ।

ଗତ ତିନି ବର୍ଷ ତଳେ ପୁଲିସ ଏସଆଇ ଶୁଭଶ୍ରୀ ନାୟକ ପଦାଙ୍କ ବିଷୟରେ ଜାଣିବା ପରେ ସମାଜସେବୀ ରାଜା ଭାଇଙ୍କ ସହ ମିଶି ତାଙ୍କୁ ମାଲକାନଗିରିସ୍ଥିତ ବୃଦ୍ଧାଶ୍ରମରେ ଆଣି ଛାଡି ଥିଲେ। ଆଜିକି ପ୍ରାୟ ଗୋଟିଏ ସପ୍ତାହ ପୂର୍ବେ ସିଏ ଅତି ଦୁର୍ବଳ ହୋଇ ପଡ଼ିଥିଲେ। ଖାଇବା ପିଇବାକୁ ମଧ୍ୟ ଇଚ୍ଛା କରୁନଥିଲେ। ତାଙ୍କୁ ମାଲକାନଗିରି ଡାକ୍ତରଖାନାରେ ଚିକିତ୍ସା ମଧ୍ୟ କରାଯାଉଥିଲା। ହଠାତ୍ ଆଜି ସକାଳେ ନିଦରୁ ଉଠି ପାଣି ପିଇ ବସି ଥିବା ସମୟ ମୃତ୍ୟୁ ହୋଇଯାଇଥିାଲ। ସେତୁ ସ୍ବେଚ୍ଛାସେବୀ ଅନୁଷ୍ଠାନର କର୍ମଚାରୀ ପର୍ଶୁରାମ ଦୁମାଳୀ ରାଜା ଭାଇଙ୍କୁ ତୁରନ୍ତ ସମ୍ପର୍କ କରିଥିଲେ। ସାଙ୍ଗେ ସାଙ୍ଗେ ରାଜା ଭାଇ  ଯୁବ ସମାଜ ସେବୀ ଭୀମସେନ ଖିଲ ଓ ଅନୁପ ସୁନାନୀ ଭାଇଙ୍କୁ ଫୋନ କରି ସହଯୋଗ ମାଗିଲେ ଓ ପଦାଙ୍କ ଝିଅ ଜୁଆଇଁଙ୍କୁ ମଧ୍ୟ ଖବର ଦେଇଥିଲେ। ସେମାନେ ଆସି ଦେଖା କରି ଚାଲି ଗଲେ।କିନ୍ତୁ ତାଂକର କିପରି ଶବସତ୍କାର ହେବ ସେନେଇ କିଛି ବୁଝିନଥିଲେ।ମହାପାରାୟଣ ଗାଡିର ଡ୍ରାଇଭରକୁ ଯୋଗାଯୋଗ କରି ମୃତ ଦେହକୁ ଶ୍ମଶାଣକୁ ନିଆଯାଇଥିଲା।ବିନାଶ କୁମାର ମିଶ୍ରଙ୍କୁ ସମ୍ପର୍କ କରି ଓ ତାଙ୍କ ଆଓମା ଛାତ୍ର ମାନଙ୍କୁ ନେଇ ମିଳିତ ଭାବେ ଗାତ କରି ଶବକୁ ଅନ୍ତିମ ସତ୍କାର କରାଯାଇଥିଲା ।

 

ସମ୍ବନ୍ଧିତ ଖବର