ଗୌରୀ ସାହୁ ହତ୍ୟା ଘଟଣା: କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କଲେ ବାପଘର ଲୋକେ

କ‌ୋରାପୁଟ: ଲକ୍ଷ୍ମୀପୁର ଥାନା କାକିରିଗୁମ୍ମା ଡେବରାଗୁଡା ଗୌରୀ ସାହୁ ହତ୍ୟା ଘଟଣାର ତଦନ୍ତଭାର କ୍ରାଇମବ୍ରାଞ୍ଚକୁ ଦେବାକୁ ଆଜି ବାପଘର ଲୋକେ ଦାବି କରିଛନ୍ତି। କୋରାପୁଟ ଏସପି ବରୁଣ ଗୁଣ୍ଟୁପାଲିଙ୍କୁ ଭେଟି ଗୌରୀଙ୍କ ବାପା ଡମ୍ବରୁଧର ସାହୁ ଦାବି କରିଛନ୍ତି। ଏହାର ଏକକିତା ନକଲ ଡିଆଇଜି କୋରାପୁଟ, ଗୃହ ସଚିବ ଓଡିଶା, ପୁଲିସ ମହାନିର୍ଦ୍ଦେଶକ କଟକ, ମହିଳା କମିସନ, ମାନବାଧିକାର କମିସନ ଓ ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠକୁ ପ୍ରେରଣ କରାଯାଇଛି।

ଗୌରୀଙ୍କ ବାପା କହିଛନ୍ତି  ଯେ, ଏତେବଡ ନୃଶଂସ ହତ୍ୟାକାଣ୍ଡରେ କାକିରିଗୁମା ପୁଲିସ୍ ମୋ ଜ୍ବାଇଁ ଦଶରଥ ସାହୁ ହତ୍ୟା କରିଥିବା ଅଭିଯୋଗରେ ବାନ୍ଧିକି ଜେଲ ପଠାଇଲା। ଏମିତି ନୃଶଂସ ହତ୍ୟାକାଣ୍ଡ ଦଶରଥ ଜଣେହିଁ  କରିଥିବ ବୋଲି ମୋର ବିଶ୍ବାସ ହେଉ ନାହିଁ। ଏଥିରେ ନିଶ୍ଚୟ ଅନ୍ୟ କେହି ସହଯୋଗ କରିଥିବେ କିମ୍ବା ମୋ ନିଜ ନାତି ନାତୁଣିମାନେ ଏଥିରେ ସାମିଲ ଥିବେ ବୋଲି ମୁଁ ସନ୍ଦେହ କରୁଛି। ଏହି ହତ୍ୟାକାଣ୍ଡ ଜଣେ ବ୍ୟକ୍ତି ଦ୍ଵାରା ହୋଇଛି ବୋଲି କହି ପୁଲିସ ଗୋଟିଏ ଦିନରେ ଜାଣିଦେଲା କିପରି ? ଏଥି ସହିତ ପାଇଖାନା ଟାଙ୍କିରେ ଯେତେ ବଡ ଗାତ କରା ଯାଇଥିଲା ସେଇ ବାଟ ଦେଇ ମୋ ଝିଅର ଶବକୁ ପକାଇବା ସମ୍ଭବ ହୋଇ ନଥିବ, ଯଦିବି ମୃତଦେହକୁ ପକାଇ ଦିଆଯାଇଥିଲା, ମୃତଦେହ ବାହାର କରିବା ସମୟରେ ହାତ ଦୁଇଟି ସହ ମୋ ଝିଅ ପିନ୍ଧିଥିବା ଶାଢି ଓ ମୁଣ୍ଡର କେଶ ଗଲା କୁଆଡେ?

ଅନ୍ୟପକ୍ଷରେ କୋରାପୁଟରୁ ଆସିଥିବା ପୌର ସଂସ୍ଥାର ଯେଉଁ ସଫେଇ କର୍ମଚାରୀମାନେ ଶବ କାଢିବା ପାଇଁ ଆସିଥିଲେ। ସେମାନେ ଶବ ବାହାର କରିବା ପରେ କହିଥିଲେ ଶବର ହାତ ଦୁଇଟି ନାହିଁକି ମୁଣ୍ଡର ଚୁଟି, ଶାଢି  କିଛିବି ନାହିଁ। ମୃତଦେହ ଦେଖିବା ପରେ ମୋ ଝିଅକୁ ସଂପୂର୍ଣ୍ଣ ବିବସ୍ତ୍ର କରି ହାତ ଦୁଇଟି କାଟି ସେହି ପାଇଖାନା ଟାଙ୍କି ଭିତରେ ଫୋପାଡ଼ି ଦିଆଯାଇଥିବା ମୁଁ ଅନୁମାନ କରୁଛି। ଘଟଣାସ୍ଥଳରୁ ପୁଲିସ ମଧ୍ୟ କୌଣସି କପଡା ଉଦ୍ଧାର କରି ନାହିଁ। ଏସବୁ ଘଟଣାକୁ ଦେଖିଲେ ଉକ୍ତ ହତ୍ୟାକାଣ୍ଡ ଜଣକ ଦ୍ଵାରା କଦାପି ସମ୍ଭବ ନୁହଁ ଏବଂ ଏଥିରେ ଏକାଧିକ ବ୍ୟକ୍ତି ସାମିଲ ଥିବା ମୋର ସନ୍ଦେହ ହେଉଛି । ପୁଲିସ ମୋର ଜ୍ବାଇଁ ଦଶରଥ ସାହୁଙ୍କୁ ଆଣି ପୁଣି ପଚରାଉଚୁରା କରିବା ସହ ଏଥିରେ ସାମିଲ ଥିବା ଅଭିଯୁକ୍ତ ମାନଙ୍କୁ ଧରି ଉଚିତ ଦଣ୍ଡ ଦେଲେ ମୋ ଝିଅର ଆତ୍ମା ଶାନ୍ତି ପାଇବା ସହିତ ମୁ ଉଚ୍ଚିତ ନ୍ୟାୟ ପାଇବ।

ସୂଚନାଯୋଗ୍ୟ, ଦଶରଥ ସାହୁଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ ଗୌରୀ। ବିବାହକୁ ପ୍ରାୟ ୨୫ବର୍ଷ  ହୋଇଥିବା ବେଳେ ତାଙ୍କର ୨୪ ବର୍ଷର ଏକ ପୁଅ ଓ ୨୦ ବର୍ଷର ଏକ ଝିଅ ମଧ୍ୟ ଅଛନ୍ତି। ଗତ ପାଞ୍ଚ ମାସ ହେଲା ସେମାନେ କାକିରିଗୁମା ନିକଟ ରେ ଏକ ନୂଆ ଘର ତିଆରି କରିବା ପରେ ସେଠାରେ ପରିବାର ସହ ରହୁଥିଲେ। ଚଳିତ ମାସ ୪ ତାରିଖ  (୦୪.୦୯.୨୦୨୨ )ରେ ‘ମୋ’ଝିଅର ଗଳିତ ଶବକୁ ସେଇ ନୂଆ ଘର ପରିସର ରେ  ଥିବା ପାଇଖାନା ଟାଙ୍କିରୁ ଉଦ୍ଧାର କରାଗଲା ‌ବାପା କହିଛନ୍ତି।

ସମ୍ବନ୍ଧିତ ଖବର