ଦଶରଥପୁର: ପାରିବାରିକ କଳାହାକୁ ନେଇ ମଙ୍ଗଳପୁର ଥାନା କନିକାପଡା ଗ୍ରାମରେ ଜଣେ ବିବାହିତା ଝିଅ ପରିବାର ଲୋକଙ୍କ ଖାଦ୍ୟରେ ବିଷ ମିଶାଇଦେଇଥିବା ଅଭିଯୋଗ ହୋଇଛି, ଫଳରେ ପରିବାରର ୬ ଜଣ ସଦସ୍ୟ ଗୁରୁତର ଅବସ୍ଥାରେ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ହେଉଛନ୍ତି, ଏଥିନେଇ ଥାନାରେ ଖବର ଲେଖାଯିବା ପର୍ଯ୍ୟନ୍ତ ଅଭିଯୋଗ ହୋଇନଥିବାବେଳେ ପାରିବାରିକ କଳହ ନେଇ ୨ ଦିନ ପୂର୍ବରୁ ମଙ୍ଗଳପୁର ଥାନାରେ ଅଭିଯୋଗ ହୋଇଥିଲା ।

Advertisment

ସୂଚନାଥାଉକି ଆଜି ଅପରାହ୍ନ ପ୍ରାୟ ୪ ଘଟିକା ସମୟରେ ବିଷାକ୍ତ ଖାଦ୍ୟ ଖାଇବା ପରେ ପ୍ରଥମେ ଅଢେଇ ବର୍ଷର ଶିଶୁ କନ୍ୟା ସହ ଆଉ ଜଣେ ଯୁବକ ମୁଣ୍ଡ ବୁଲାଇବା ସହ ବାନ୍ତି ହୋଇ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା, ସେଠାରେ ପ୍ରାଥମିକ ଚିକିତ୍ସା ହୋଇ ଘରକୁ ଯାଇଥିଲେ, ମାତ୍ର କିଛି ସମୟ ପରେ ପରିବାରର ସମସ୍ତଙ୍କ ଅବସ୍ଥା ଏହିପରି ହେବାରୁ ଏକ ଗାଡି ସାହାଯ୍ୟରେ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ପହଂଚିଥିଲେ, ସେଠାରେ ଡାକ୍ତର ଚିକିତ୍ସା କରିବା ପରେ ଜଣାପଡିଥିଲା କି ବିଷାକ୍ତ ଖାଦ୍ୟ ଖାଇବା ପରେ ଏମିତି ହୋଇଛି, ଏଣୁ ପରିବାର ଲୋକଙ୍କ ଚିନ୍ତା ବଢିଯାଇଥିଲା, ଏଥିରେ ଉମାକାନ୍ତ ଓଝା (୭୦), ଶଶୀକଳା ଓଝା (୬୫), ସୁବ୍ରତ ଓଝା (୨୭), ସସ୍ମିତା ଓଝା (୩୮), ସତ୍ୟବ୍ରତ ଓଝା (୨୦) ଏବଂ ଶିଶୁ କନ୍ୟା ଅଙ୍କିତା ଓଝା (ଅଢେଇ ବର୍ଷ ) ଗୁରୁତର ହୋଇ ଚିକିତ୍ସା ହେଉଛନ୍ତି। 

ପ୍ରକାଶଥାଉକି ଗତ ୬ ମାସ ତଳେ ଉମାକାନ୍ତଙ୍କ ଜଣେ ଅନ୍ୟ ଏକ ଝିଅ ବିବାହ ଠିକ ହୋଇଥିବା ବେଳେ ସେ ଝିଅଟି ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଅନ୍ତର୍ଗତ ମଂଗଳପୁର ଅଞ୍ଚଳର ଜଣେ ପୁଅ ସହିତ ପ୍ରେମ ବିବାହ ପାଇଁ ଘର ଛାଡି ପଳାଇଯାଇଥିଲେ, ଯିବା ସମୟରେ ଘରୁ ସୁନା, ଟଙ୍କା, ସ୍କୁଟର ସହ ଅନ୍ୟାନ ଜିନିଷ ସାଥିରେ ନେଇଯାଇଥିଲେ, ଏହାକୁ ପରିବାର ଲୋକ ବିରୋଧ କରିଥିଲେ, ମାତ୍ର ଉମାକାନ୍ତଙ୍କ ଅନ୍ୟ ସମ୍ପକୀୟ ଭାଇମାନେ ଆଣି ଝିଅ ଜ୍ୱାଇଙ୍କୁ ସେମାନଙ୍କ ପାଖରେ ରଖିଥିଲେ, ଏହାପରେ ଉଭୟଙ୍କ ମଧ୍ୟରେ କଳହ ଲାଗୁରହୁଥିଲା, ୨ ଦିନ ତଳେ କଳହ ସହିତ ମାରପିଟ ହୋଇ ମଂଗଳପୁର ଥାନାରେ ୨ ଟି ଭିନ୍ନ ଭିନ୍ନ ଅଭିଯୋଗ ହୋଇଥିଲା, ବିବାହିତ ଝିଅ ଜଣଙ୍କ ବିଭିନ୍ନ ସମୟରେ ପରିବାର ଲୋକଙ୍କୁ ଜୀବନରୁ ହତ୍ୟା କରିବାକୁ ଧମକ ଦେଉଥିଲା, ଆଜି ଉମାକାନ୍ତଙ୍କ ସ୍ତ୍ରୀ ଶଶୀକଳା ପରିବାର ଲୋକଙ୍କ ଖାଇବାକୁ ଭାତ, ଡାଲି, ତରକାରୀ, ଶାଗ ଭଜା ଆଦି ଘର ସାମ୍ନାରେ ରୋଷେଇ କରିଥିଲେ, ଏହି ସମୟରେ ବିବାହିତ ଝିଅ ଜଣଙ୍କ ନିକଟରେ ବୁଲିବା ସହିତ ଗାଳିଗୁଲଜ କରୁଥିଲା, କୌଣସି ସମୟରେ ଶଶୀକଳା ଘର ଭିତରକୁ ଯାଇଥିବା ସମୟରେ ବିଷ ମିଶାଇ ଦେଇଥିବା ଅନ୍ୟ ଜଣେ ଝିଅ ସସ୍ମିତା ଅଭିଯୋଗ କରିଛନ୍ତି, ଏଣୁ ସମସ୍ତେ ଗୁରୁତର ହୋଇଛନ୍ତି, ସମସ୍ତ ସଦସ୍ୟ ମେଡ଼ିକାଲରେ ଥିବାରୁ ସେ ଥାନାରେ ଅଭିଯୋଗ ଦେଇପାରିନାହାନ୍ତି ବୋଲି କହିବା ସହିତ ଖୁବ ଶୀଘ୍ର ଅଭିଯୋଗ କରିବେ ବୋଲି ଜଣାପଡିଛି,