ଝାରସୁଗୁଡ଼ା : ସାନପୁଅଙ୍କ ମୃତ୍ୟୁ ପରେ ମ୍ରିୟମାଣ ପୂରା ପରିବାର ମାନସିକ ଭାରସାମ୍ୟ ହରାଇ ବିଷ ପିଇ ଦେଇଥିଲେ। ତିନି ଦିନ ମଧ୍ୟରେ ବିଷକ୍ରିୟାରେ ସେମାନଙ୍କ ମଧ୍ୟରୁ ମା, ପୁଅ ଓ ଝିଅଙ୍କ ମୃତ୍ୟୁ ହୋଇଯାଇଥିଲା। ଗୁରୁବାର ବିଟିଏମ୍ ଶ୍ମଶାନରେ ଗୋଟିଏ ପରିବାରର ମା’ ଓ ତିନି ପୁଅ ଝିଅ ଆର୍ଥାତ୍ ୪ ଜଣଙ୍କ ଜୁଇ ଏକାଠି ଜଳିଥିଲା। ଆଜି ସକାଳେ ବୁର୍ଲା ବଡ଼ ଡାକ୍ତରଖାନାରେ ଚିକତ୍ସାଧୀନ ଅବସ୍ଥାରେ ମଝିଆ ଝିଅ ବନ୍ଦିତା ବିଶ୍ବାଳ (୩୫)ଙ୍କ ପ୍ରାଣବାୟୁ ଉଡ଼ିଯାଇଛି। ଏହାକୁ ମିଶାଇ ବିଷକ୍ରିୟାରେ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି ପାଇଛି। ପରିବାରର ୬ ସଦସ୍ୟଙ୍କ ମଧ୍ୟରୁ ଏବେ କେବଳ ବଡ଼ଝିଅ ହିଁ ବଞ୍ଚିଛନ୍ତି। ମାତ୍ର ସେ ବି ବୁର୍ଲା ବଡ଼ଡାକ୍ତରଖାନାରେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି।
ପରିବାରର ଅନ୍ୟମାନଙ୍କ ସହ ବିଷ ପିଇଥିବା ବନ୍ଦିତାଙ୍କ ଅବସ୍ଥା ଗତକାଲି ଉଦ୍ବେଗଜନକ ହେବାରୁ ତାଙ୍କୁ ଭେଣ୍ଟିଲେଟର୍ ଯୋଗେ ରଖାଯାଇଥିଲା। ଶୁକ୍ରବାର ସକାଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବୁର୍ଲାରେ ଏକ ଅପମୃତ୍ୟୁ ମାମଲା ଦାୟର କରାଯାଇ ଶବ ବ୍ୟବଚ୍ଛେଦ ପରେ ଏଠାକୁ ଅଣାଯାଇ ଝାରସୁଗୁଡ଼ା ପଠେଇ ଦିଆଯାଇଥିଲା। ଶନିବାର ବନ୍ଦିତାଙ୍କ ଶବ ସଂସ୍କାର କରାଯିବ ବୋଲି ଝାରସୁଗୁଡ଼ା ପୁଲିସ କହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/dead-indiatoday7-2.png)