ଅନୁକମ୍ପା ଭୋଟ ନା ପାରିବାରିକ ରାଜନୀତି? ବାପାଙ୍କ ପରେ ପୁଅକୁ ଟିକେଟ୍ ଦେବା ଧାରା ଏବେ ଜୋର୍

ତିର୍ତୋଲ ଆସନରେ ଦିଂବଗତ ନେତା ବିଷ୍ଣୁ ଦାସଙ୍କ ପୁଅ ବିଜୟ ଶଙ୍କର ହେଲେ ବିଜେଡି ପ୍ରାର୍ଥୀ

ଭୁବନେଶ୍ବର: ରାଜାରାଜୁଡ଼ା ଶାସନ ଯାଇଛି, ହେଲେ କ୍ଷମତା ଅଳିନ୍ଦରେ ଆଜି ବି ଦେଖିବାକୁ ମିଳୁଛି ବଂଶବାଦ ରାଜନୀତି। ରାଜ୍ୟରେ ଅନୁଷ୍ଠିତ ହେବାକୁ ଯାଉଥିବା ଉପ ନିର୍ବାଚନରେ ପୁଣିଥରେ ଦେଖିବାକୁ ମିଳିଛି ଏହାର ଆଉ ଏକ ସଦ୍ୟ ନମୁନା। ବାଲେଶ୍ୱରରେ ମଦନ ମୋହନ ଦତ୍ତଙ୍କ ମୃତ୍ୟୁ ପରେ ପୁଅ ମାନସ କୁମାର ଦତ୍ତଙ୍କୁ ମଇଦାନକୁ ଓହ୍ଲାଇଛି ବିଜେପି। ସେହିପରି ତିର୍ତୋଲରେ ବିଷ୍ଣୁ ଦାସଙ୍କ ଅନ୍ତେ ତାଙ୍କ ପୁଅ ବିଜୟ ଶଙ୍କର ଦାସଙ୍କ ଉପରେ ଭରସା କରିଛି ବିଜେଡି।

ଆସନ୍ତୁ, ନଜର ପକାଇବା ବାପାଙ୍କ ସ୍ଥାନରେ କେଉଁମାନେ ଏବେ ସେହି ନିର୍ବାଚନ ମଣ୍ଡଳୀର ପ୍ରତିନିଧିତ୍ୱ କରୁଛନ୍ତି ….

  • ଡାକ୍ତର ଦାମୋଦର ରାଉତଙ୍କ ସ୍ଥାନରେ ପାରାଦୀପର ବିଧାୟକ ହୋଇଛନ୍ତି ପୁଅ ସମ୍ବିତ ରାଉତରାୟ
  • ବାସୁଦେବପୁର ବିଧାନସଭାରେ ବିଜୟଶ୍ରୀ ରାଉତରାୟଙ୍କ ପରେ ତାଙ୍କ ପୁଅ ବିଷ୍ଣୁବ୍ରତ ରାଉତରାୟ ପ୍ରତିନିଧିତ୍ୱ କରୁଛନ୍ତି 
  • ପ୍ରଭାତ ତ୍ରିପାଠୀଙ୍କ ସ୍ଥାନରେ ବାଙ୍କୀ ବିଧାୟକ ବନିଛନ୍ତି ପୁଅ ଦେବୀରଂଜନ ତ୍ରିପାଠୀ
  • ସେହିପରି ପ୍ରଭାତ ବିଶ୍ୱାଳଙ୍କ ସ୍ଥାନରେ କଟକ-ଚୌଦ୍ୱାର ବିଧାନସଭାର ପ୍ରତିନିଧିତ୍ୱ କରୁଛନ୍ତି ଶୌଭିକ ବିଶ୍ୱାଳ 

ରାଜାରାଜୁଡ଼ା ଶାସନ ଯାଇଛି, ହେଲେ କ୍ଷମତା ଅଳିନ୍ଦରେ ଆଜି ବି ଦେଖିବାକୁ ମିଳୁଛି ବଂଶବାଦ ରାଜନୀତି। ରାଜ୍ୟରେ ଅନୁଷ୍ଠିତ ହେବାକୁ ଯାଉଥିବା ଉପ ନିର୍ବାଚନରେ ପୁଣିଥରେ ଦେଖିବାକୁ ମିଳିଛି ଏହାର ଆଉ ଏକ ସଦ୍ୟ ନମୁନା…

ଇତିମଧ୍ୟରେ ପ୍ରଫୁଲ୍ଲ ଘଡ଼େଇଙ୍କ ପୁଅ ପ୍ରୀତିରଂଜନ ଘଡେଇ, କଳ୍ପତରୁ ଦାସଙ୍କ ପୁଅ ପ୍ରଣବ ବଳବନ୍ତ ରାୟ, ପର୍ଶୁରାମ ପାଣିଗ୍ରାହୀଙ୍କ ପୁଅ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, କାଳିନ୍ଦୀ ବେହେରାଙ୍କ ପୁଅ ଚନ୍ଦ୍ର ସାରଥୀ ବେହେରା ଆଦି ନେତା ରାଜ୍ୟ ରାଜନୀତିରେ ସେମାନଙ୍କ ଆସନ ଦୃଢ଼ କରି ସାରିଲେଣି । ତେବେ, ରାଜ୍ୟରେ ବାପ-ପୁଅ ରାଜନୀତିର ତାଲିକା ବେଶ ଲମ୍ବା ।

ଏପଟେ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ରଙ୍କ ପୁଅ ସମରେନ୍ଦ୍ର ମିଶ୍ର, ଭକ୍ତ ଦାସଙ୍କ ପୁଅ ସାଗର ଦାସ, ବରିଷ୍ଠ ବିଜେଡି ନେତା ଅନଙ୍କ ଉଦୟ ସିଂଦେଓଙ୍କ ପୁଅ ଅର୍କେଶ ସିଂଦେଓଙ୍କ ଭଳି କିଛି ନେତାପୁତ୍ର ନିର୍ବାଚନୀ ରାଜନୀତିରେ ଏଣ୍ଟ୍ରି ପାଇଥିଲେ ବି ସଫଳତା ପାଇନାହାନ୍ତି । ତେବେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର, ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ସାମଲ, ସୁରେନ୍ଦ୍ର ନାୟକଙ୍କ ଭଳି ଅନେକ ନେତା ଆଗକୁ ନିଜ ନିଜର ପୁଅମାନଙ୍କର ରାଜନୈତିକ କ୍ୟାରିୟର ଗଢ଼ିବା ପାଇଁ ସୁଯୋଗକୁ ଅପେକ୍ଷା କରି ରହିଛନ୍ତି ।

ସମ୍ବନ୍ଧିତ ଖବର