ବରଗଡ଼ : ୩୦ବର୍ଷର ଝିଅକୁ କର୍କଟ ରୋଗ। ଝିଅର ଚିକିତ୍ସା ପାଇଁ ସାରା ପରିବାର ଅନ୍ୟ ପାଖରେ ଭିକ୍ଷା କରୁଛନ୍ତି। ଏଭଳି ଏକ ସମ୍ବେଦନଶୀଳ ଦୃଶ୍ୟ ବରଗଡ଼ଠାରେ ଦେଖିବାକୁ ମିଳିଛି।
ବରଗଡ଼ ୱାର୍ଡ ନମ୍ବର-୧୫ ଅନ୍ତର୍ଗତ ଗଣେଶ ମନ୍ଦିର ନିକଟରେ ଗୋଟେ କୁଡ଼ିଆ ଭିତରେ ବାସ କରନ୍ତି ୮ଜଣ ସଦସ୍ୟ। ପରିବାର ପୋଷଣ ପାଇଁ ରୋଜଗାର କରୁଥିଲେ ଦୁଇ ଭାଇ ଭଉଣୀ। ଭାଇ ଶ୍ୟାମସୁନ୍ଦର ସୁନା ଜଣେ ପେଣ୍ଟର ଭାବେ କାମ କରି ଦୁଇ ପଇସା ରୋଜଗାର କରୁଥିଲେ। ୩୦ ବର୍ଷୀୟା ଭଉଣୀ ସୁନିତା ସୁନା ଏକ କପଡ଼ା ଦୋକାନରେ କାମ କରି ପରିବାରର ଗୁଜୁରାଣ ମେଣ୍ଟାଉଥିଲେ। କିନ୍ତୁ ସୁନିତାଙ୍କୁ କ୍ୟାନ୍ସର୍ ଥିବା ଜାଣି ସାରା ପରିବାର ଭାଂଗି ପଡ଼ିଛି।
ଏପରିକି ତାଙ୍କ ଚିକିତ୍ସା ପାଇଁ ଘରର ସବୁ ସାମଗ୍ରୀ ବି ବିକ୍ରି ହୋଇ ସାରିଛି। ଘରେ ୪ ଜଣ ପିଲାଛୁଆଙ୍କୁ ପାଇଁ ପେଟପୁରା ଖାଦ୍ୟ ଯୋଗେଇବା ଅସମ୍ଭବ ହୋଇପଡ଼ିଛି ଏହି ପରିବାର ପାଇଁ। ଏଣେ ରାସ୍ତା ସଂପ୍ରସାରଣ ପାଇଁ ତାଙ୍କ କୁଡ଼ିଆକୁ ବି ଭାଂଗି ଦିଆଯାଇଛି। ଦରଭଂଗା ଘରେ ଜରି ଟାଣି ସାରା ପରିବାର ରହୁଛନ୍ତି। ଏମାନଙ୍କୁ ସହାୟତା ପାଇଁ ବିଭିନ୍ନ ମହଲରୁ ଦାବି ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/08/0c9d1dba-fe4f-43d3-830d-daee26e047e5.jpg)